ଗାଁ ଭିତରେ ଆତଙ୍କ ଖେଳାଉଛି ଦନ୍ତା

ଅନୁଗୁଳ(କେନ୍ୟୁଜ୍) : ଗାଁ ଭିତରେ ଦନ୍ତା ଆତଙ୍କ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଆତଙ୍କ ଖେଳାଉଥିବା ଦନ୍ତା ହାତୀ ଗାଁ ଗାଁରେ ଉତ୍ପାତ କରିଛି । ହାତୀ ଆଜି ସକାଳୁ କଙ୍କୁରୁପାଳ ଜଙ୍ଗଲରୁ ଆସି ଫଳରେ ଛେଣ୍ଡିପଦା ପ୍ରଧାନସାହିରେ ଖଳାରେ ଧାନ ଖାଉଥିବା ବେଳେ ଗାଁଲୋକ ଦେଖିଥିଲେ। ଗାଁ ଭିତରେ ହାତୀକୁ ଦେଖି ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଅକ୍ଲାନ୍ତ ପରିଶ୍ରମ କରି ଗାଁଲୋକ ଓ ବନ ବିଭାଗ ପକ୍ଷରୁ ବାଣ ଫୁଟାଇ ହାତୀକୁ ଘଉଡାଇଛନ୍ତି । ୬ ଦିନ ହେବ ଏହି ଅଞ୍ଚଳରେ ହନ୍ତା ହାତୀ ବ୍ୟାପକ ଫସଲ ନଷ୍ଟ କରିଛି ।
ବ୍ରହ୍ମପୁରରେ ବି ହାତୀ ଆତଙ୍କ:
ସେପଟେ ବ୍ରହ୍ମପୁରରେ ବି ହାତୀ ଆତଙ୍କ । ସାନଖେମୁଣ୍ଡି ଲୁଣିନାଠିରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ୨୦ରୁ ଅଧିକ ହାତୀ କିଛି ଦିନ ହେବ ଉତ୍ପାତ ଚଳାଇଛନ୍ତି । ଏତେ ସଂଖ୍ୟାରେ ହାତୀଙ୍କ ଉପଦ୍ରବ ଯୋଗେ ସ୍ଥାନୀୟ ଲୋକ ବି ଆତଙ୍କିତ ହୋଇପଡ଼ିଛନ୍ତି । ହାତୀପଲ ଏକର ଏକର ଅମଳ ଧାନ ନଷ୍ଟ କରୁଛନ୍ତି ।