ଚିଲିକାରେ ପଶିଥିବା ୧୬ଟିକିଆ ହାତୀ ପଲ ଉଦ୍ଧାର, ଜଳ ରାଶିରୁ ସ୍ଥଳଭାଗକୁ ଘଉଡାଇଲା ବନବିଭାଗ

ଟାଙ୍ଗୀ(କେନ୍ଯୁଜ୍): ଚିଲିକାରେ ପଶିଥିବା ୧୬ଟିକିଆ ହାତୀ ପଲ ଉଦ୍ଧାର । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଚିଲିକାର ଜଳ ରାଶିରୁ ସ୍ଥଳଭାଗକୁ ହାତୀପଲଙ୍କୁ ଘଉଡାଇଛି ଟାଙ୍ଗୀ ବନବିଭାଗ । ହାତୀପଲ ଏବେ ତରାପି ଜଙ୍ଗଲରେ ରହିଛନ୍ତି । ଗତ ୩ ଦିନ ତଳେ ୧୬ଟିକିଆ ହାତୀ ପଲ ବୋଇତିଆ ଜଙ୍ଗଲରୁ ଖାଦ୍ୟ ଅନେ୍ଵଷଣରେ ଆସି ଟାଙ୍ଗୀ ଡାହାଣୀ ଗାଡିଆ ଜଙ୍ଗଲରେ ରହିଥିଲେ ।

ରାତିତମାମ ଟାଙ୍ଗୀ ବନବିଭାଗ ହାତୀପଲଙ୍କ ଉପରେ ନଜର ରଖିଥିଲା । ଚିଲିକା ଭିତରକୁ ହାତୀପଲ ପଶିଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଡଙ୍ଗାରେ ଯାଇ ହାତୀପଲଙ୍କୁ ଘଉଡାଇଛନ୍ତି ବନବିଭାଗ କର୍ମଚାରୀ । ସତର୍କତା ପାଇଁ ଅଞ୍ଚଳରେ ବିଦ୍ୟୁତ କାଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.