ପୁଣି ଫେରିଲେ ଚନ୍ଦକା ହାତୀ, ଆଠଗଡ଼ ଏବଂ ଖୁଣ୍ଟୁଣୀ ବନାଞ୍ଚଳରେ କରୁଛନ୍ତି ଫସଲ ନଷ୍ଟ

ଆଠଗଡ଼(କେନ୍ଯୁଜ୍): ପୁଣି ଫେରିଲେ ଚନ୍ଦକା ହାତୀ । ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଆଠଗଡ଼ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି ଚନ୍ଦକା ହାତୀପଲ । ହାତୀ ପଲରେ ୧୬ ରୁ ଅଧିକ ହାତୀ ଏବଂ ୪ ଟି ହାତୀ ଛୁଆ ରହିଥିବା ଜଣାପଡିଛି । ଆଠଗଡ଼ ବନାଞ୍ଚଳ ଏବଂ ଖୁଣ୍ଟୁଣୀ ବନାଞ୍ଚଳରେ ହାତୀପଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ହାତୀ ପଲ ଫସଲ ନଷ୍ଟ କରୁଛନ୍ତି ।

ରାସ୍ତା ତଥା ଗାଁର ଆଖପାଖରେ ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବା ଜଣାପଡିଛି । ୨ ବନାଞ୍ଚଳର ରେଞ୍ଜର ଏବଂ କର୍ମଚାରୀ ହାତୀଙ୍କ ଉପରେ ନଜର ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.