ଆତଙ୍କ ଖେଳାଇଛନ୍ତି ହାତୀ, କ୍ଷତିପୂରଣ ପ୍ରଦାନ କରାଯାଉଥିବା କହିଛନ୍ତି ଡିଏଫ୍ଓ

ବାରିପଦା: ଥମୁନି ହାତୀ ଉପଦ୍ରବ । ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ବ ସମୟ ଧରି ବାରିପଦା ବନଖଣ୍ଡର ବିଭିନ୍ନ ରେଞ୍ଜରେ ଉପଦ୍ରବ ଚଳାଇଛନ୍ତି ହାତୀ ।  ଜିଲ୍ଲାର ବେତନଟୀ, ରାସଗୋବିନ୍ଦପୁର, ବାଙ୍ଗିରିପୋଷି, କପ୍ତିପଦା, ମୋରଡା, କରଞ୍ଜିଆ ବ୍ଲକରେ ଆତଙ୍କ ଖେଳାଇଛନ୍ତି । ଦିନରେ ଜଙ୍ଗଲ, ରାତି ହେଲେ ଜନ ବସତି ମୁହାଁ ହେଉଛନ୍ତି । କେବଳ ବାରିପଦା ବନଖଣ୍ଡର ବିଭିନ୍ନ ରେଞ୍ଜରେ ଅଛନ୍ତି ୧୧୩ଟି ହାତୀ ।

ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୭୩ଟିକିଆ ଝାରଖଣ୍ଡି ହାତୀ ।  ସ୍ଥାନୀୟ ଅଞ୍ଚଳରେ ପଶି ନଷ୍ଟ କରୁଛନ୍ତି ବ୍ୟାପକ ଫସଲ ।  ହାତୀଙ୍କ ଗିତିବିଧି ଉପରେ ନଜର ରଖାଯାଇଥିବା କହିଛନ୍ତି ଡିଏଫଓ ।  ଜଙ୍ଗଲ ମଧ୍ୟରେ ହାତୀ ମାନେ କିଭଳି ରହିବେ ସେଥିପ୍ରତି ଦୃଷ୍ଟି ଦେଇ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ।  ବନ ବିଭାଗ ପକ୍ଷରୁ ମଧ୍ୟ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯାଉଥିବା କହିଛନ୍ତି ଡିଏଫ୍ଓ ।

You might also like