ନୂଆପଡ଼ା ପେଣ୍ଡରାବନ ଅଞ୍ଚଳରେ ହାତୀ ଆତଙ୍କ , ୨୦ରୁ ଊର୍ଦ୍ଧ୍ୱ ହାତୀଙ୍କ ଉପଦ୍ରବରେ ଲୋକେ ଆତଙ୍କିତ

ନୂଆପଡ଼ା(କେନ୍ୟୁଜ୍) : ନୂଆପଡ଼ା ଜିଲ୍ଲା ପେଣ୍ଡରାବନରେ ହାତୀ ଆତଙ୍କ । ଭାଲୁବାହାଲ ଜଙ୍ଗଲ ତଳି ଅଞ୍ଚଳରେ ୨୦ରୁ ଅଧିକ ହାତୀଙ୍କ ଉପଦ୍ରବ। ଆତଙ୍କିତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ। ହାତୀପଲ ବଲାଙ୍ଗୀର ଜିଲ୍ଲାରୁ ଆସି ନୂଆପଡ଼ା ଜିଲ୍ଲା କୋମନା ବନବିଭାଗ ରେଞ୍ଜ ଅନ୍ତର୍ଗତ ଭାଲୁବାହାଲ ଜଙ୍ଗଲକୁ ପଶି ଆସିଛନ୍ତି । ହାତୀପଲ ବହୁ ଚାଷ ଜମି ନଷ୍ଟ କରିଛନ୍ତି । ଘଟଣାସ୍ଥଳରେ କୋମନା ଓ ଖଡିଆଳ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହକୁ ବନ୍ଦ କରି ଦିଆଯାଇଥିବା ଜଣାପଡିଛି ।