ରାଜ୍ୟ

ତିହିଡିରେ ଯୋଗ୍ୟ ହିତାଧୀକାରୀଙ୍କୁ ମିଳୁନି ଭତ୍ତା, ତୁରନ୍ତ କାର୍ଯ୍ଯନୁଷ୍ଠାନ ପାଇଁ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଦାବି

ଚାନ୍ଦବାଲି: କିଏ କିଏ ବିଧବା ତ ପୁଣି କିଏ ଭିନ୍ନକ୍ଷମ, ପୁଣି କାହାର ବୟସ ୬୦ରୁ ଉର୍ଦ୍ଧ । ତଥାପି ଏମାନବଙ୍କୁ ମିଳୁନି ଭତ୍ତା । ବାରମ୍ବାର ପଂଚାୟତର ସରପଂଚଙ୍କ ଠାରୁ ବ୍ଲକ ପ୍ରଶାସନର ବାବୁଙ୍କୁ ଗୁହାରି କଲାପରେ ବି ମିଳୁନି ଭତ୍ତା । ଏମିତି ଅଭିଯୋଗ କରିଛନ୍ତି ତିହିଡି ବ୍ଲକର ଭତ୍ତା ପାଇବାକୁ ଥିବା କିଛିି ଯୋଗ୍ୟ ହିତାଧିକାରୀ । ଏ ହେଉଛି ତିହିଡି ବ୍ଲକ ବାମନବିନ୍ଧା ପଂଚାୟତ ଷଣ୍ଢପୁର ଗାଁର ଘଟଣା । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗାଁର ସୁଚିତ୍ରା ବାରିକ, ଯାହାଙ୍କର ସ୍ୱାମୀ ମରିବାକୁ ବିତିଲାଣି ୧ ବର୍ଷରୁ ଅଧିକ । ହେଲେ ଏପର୍ଯ୍ୟନ୍ତ ମିଳିନି ବିଧବା ଭତ୍ତା ।

ସେହିପରି ବିଧବା ହରସିଂପୁର ପଂଚାୟତର ହରସିଂପୁର ଗାଁର ଗବା ବାରିକ ବାମନବିନ୍ଧା ପଂଚାୟତ ଖେଦରପୁର ଗାଁର ବିଧବା ପ୍ରମିଳା ମହାନ୍ତି ଓ ଅର୍ଣ୍ଣପୂର୍ଣ୍ଣା ଦାସ ସମସ୍ତେ ବିଧବା ହୋଇଥିଲେ ବି ବାରମ୍ବାର ପଂଚାୟତର ଠାରୁ ବ୍ଲକ ଯାଏଁ ବିଧବା ଭତ୍ତା ପାଇଁ ଆପ୍ଲାଏ କରିଥିଲେ ବି ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି । ସେହିପରି ଦୈାଲତପୁର ପଂଚାୟତର ବିନ୍ଧାର ଶଂକର୍ଷଣ ଦାସ । ଆଖିକୁ ଜମା ଦିଶୁନାହିଁ । ଜଣେ ଭିନ୍ନକ୍ଷମ ହୋଇ ବି ତାଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ଏମାନେ ପଂଚାୟତର ନେତାଙ୍କ ଠାରୁ ଆରମ୍ଭ କରି ସରକାରି ବାବୁଙ୍କୁ ଭତ୍ତା ପାିଇଁ ଗୁହାରି କରୁଛନ୍ତି ହେଲେ ଏ ମାସ ଆର ମାସ ଆସିବ କହୁଛନ୍ତି ହେଲେ ଭତ୍ତା ମିଳୁନଥିବା ଅଭିଯୋଗ କରିଛନ୍ତି ଏ ସମସ୍ତ ହିତାଧିକାରୀ ।

ତେବେ ଏ ସମସ୍ତେ ଦାରିଦ୍ର ସୀମାରେଖା ତଳେ ଥିବାବେଳେ ଭତ୍ତା ମିଳିଲେ କିଛି କାମରେ ଆସିପାରନ୍ତା । ତେବେ ଏମାନଙ୍କ ଅଭିଯୋଗକୁ ନେଇ ସ୍ଥାନୀୟ ପ୍ରଦେଶ ସେବା ସଂଗଠନ ତିହିଡି ବ୍ଲକର ବିଡିଓଙ୍କ ଦୃଷ୍ଟି ଅକର୍ଷଣ କରିଥିଲେ । ତିହିଡି ବିଡିଓଙ୍କୁ କଣ ପାଇଁ ଏମାନେ ଯୋଗ୍ୟ ହୋଇ ବି ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି ଏନେଇ ଆମ ପ୍ରତିନିଧି ପଚାରିଥିଲେ। ହେଲେ କୈାଣସି ସନ୍ତୋଷ ଜନକ ଉତ୍ତର ସେ ନଦେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ । ତେବେ କଣ ପାଇଁ ଯୋଗ୍ୟ ହୋଇ ବି ଏମାନେ ସମସ୍ତେ ଭତ୍ତା ପାଇପାରୁନାହାଁନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ହୋଇଛି । ତେବେ ଏହିସବୁ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ପ୍ରଦେଶ ସେବା ସଂଗଠନ ତରଫରୁ ଦାବି ହୋଇଛି ।

Sonalisa

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

13 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago