ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଏଲିନା ଦାସ, ବଲେ ବଲେ ଢାବା ଘଟଣାରେ ତାଙ୍କ ନାମ ଯୋଡ଼ା ନେଇ ଦ୍ୱାରସ୍ଥ

କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ । ବଲେ ବଲେ ଢାବା ଘଟଣାରେ ତାଙ୍କ ନାମ ଯୋଡ଼ା ହୋଇଥିବା ନେଇ ହେଲେ ଦ୍ୱାରସ୍ଥ । ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କଲେ ଏଲିନା ଦାସ ।

ବଲେ ବଲେ ଢ଼ାବା ଏଲିନା ଲିଜରେ ଚଳାଉଥିବା ଅଭିଯୋଗ ହୋଇଥିଲା। ବିନା କୌଣସି କାଗଜପତ୍ରରେ ଢାବା ଚାଲୁଥିବା ଅଭିଯୋଗ ହୋଇଥିଲା। ଏଥିରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପ୍ରଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା। ଏଲିନା କିମ୍ୱା ତାଙ୍କର କୌଣସି ପରିବାର ସଦସ୍ୟଙ୍କ ନାମରେ ଏହି ଢ଼ାବା ନଥିବା କହିଛନ୍ତି ଏଲିନାଙ୍କ ଓକିଲ। ରାଜ୍ୟ ସରକାରଙ୍କ ଗୃହ ସଚିବ, ପୋଲିସ ଡିଜି, ସୂଚନା ଲୋକସମ୍ପର୍କ ବିଭାଗ, ଧର୍ମଶାଳା ବିଡ଼ିଓ ଓ ଧର୍ମଶାଳା ଆଇଆଇସି ମାମଲାରେ ପକ୍ଷଭୁକ୍ତ।