ନୌସେନା ହେଲିକପ୍ଟରର ଜରୁରୀ ଅବତରଣ, କାରଣ ଅସ୍ପଷ୍ଟ

ମୟୂରଭଞ୍ଜ : ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଗାଁ ଅମର୍ଦ୍ଦା ନିକଟରେ ଅବତରଣ କଲା ନୌସେନା ହେଲିକପ୍ଟରର ।  ୫ମିନିଟ ଯାଏଁ ରହିବା ପରେ ପୁଣି ଉଡିଲା ହେଲିକପ୍ଟର ।  ଜରୁରୀ ଅବତରଣର କାରଣ ଅସ୍ପଷ୍ଟ ।  ଖବର ଅନୁସାରେ ରାସଗୋବିନ୍ଦପୁର ବ୍ଲକର ଗାଁଅମର୍ଦ୍ଦା ବିଲରେ ହଠାତ୍ ନୌସେନା ହେଲିକପ୍ଟରଟି ଅବତରଣ କରିଥିଲା ।

ପାଖାପାଖି ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଥିଲା ।  ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ ।  ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।  ଏହି ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିଲେ ।