ଉତ୍ତମଙ୍କ ଭଳି କଳାକାର ଆଉ ମିଳିବେ ନାହିଁ : ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ

ଭୁବନେଶ୍ୱର:  ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଭୁବନେଶ୍ୱରର ଜଗନ୍ନାଥ ବିହାରସ୍ଥିତ ଉତ୍ତମଙ୍କ ଘରେ ପହଞ୍ଚିଥିଲେ ।  ସ୍ୱର୍ଗତ ଓଡିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କର ଗତକାଲି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିଲା। ଆଜି ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଅଣାଯାଇଥିଲା ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜନେତା, ଅଭିନେତା, ଅଭିନେତ୍ରୀ, ପ୍ରଶଂସକ, ସମ୍ପର୍କୀୟ ଏବଂ ଅନ୍ୟମାନେ ତାଙ୍କ ଘରେ ମହାନ ଅଭିନେତାଙ୍କ ଶେଷ ଦର୍ଶନ କରିଥିଲେ।

‘ଦଣ୍ଡା ବାଳୁଙ୍ଗା’ ଭାବେ ବେଶ ପରିଚିତ ଉତ୍ତମ ମହାନ୍ତି । ତାଙ୍କୁ ମନେପକାଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ କହିଥିଲେ ଉତ୍ତମ ମହାନ୍ତି ଜଣେ ସୁପରଷ୍ଟାର ଥିଲେ।  ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସେ କାମ କରିଛନ୍ତି । ସେ ଜଣେ ଲୋକପ୍ରିୟ କଳାକାର ।

ସେ ଆହୁରି ମଧ୍ୟ କହିଥିଲେ ଯେ ଅନେକ ଚଳଚ୍ଚିତ୍ର ଏବଂ କଳାକାର ନିର୍ମାଣ ହେବ, କିନ୍ତୁ ଆମେ ଉତ୍ତମ ମହାନ୍ତିଙ୍କ ପରି କଳାକାର ପାଇବୁ ନାହିଁ କାରଣ ସେ କେବଳ ଜଣେ ଅଭିନେତା ନଥିଲେ, ବରଂ ଜଣେ ଭଲ ମଣିଷ ଏବଂ ତାଙ୍କର ବ୍ୟକ୍ତିତ୍ୱ ଭଲ ଥିଲା ବୋଲି କହିଥିଲେ ।

Also read: ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ ବାବୁସାନ