ମୟୂରଭଞ୍ଜରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ମାଡ଼, ବକେୟା ବିଦ୍ୟୁତ ବିଲ୍‌ ମାଗିବାରୁ ପିଟିଲେ ଉପଭୋକ୍ତା

ମୟୂରଭଞ୍ଜ: ମୟୂରଭଞ୍ଜରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ମାଡ଼ । ବକେୟା ବିଦ୍ୟୁତ ବିଲ୍‌ ମାଗିବାରୁ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଓ SDOଙ୍କୁ ପିଟିଲେ ଉପଭୋକ୍ତା । ଖୁଣ୍ଟା ବିଦ୍ୟୁତ୍‌ ଡିଭିଜନ ନାଉପଦା ଗାଁରେ ଏଭଳି ଘଟଣା ଘଟିଛି । ଗାଁର ଶାନ୍ତୁନୁ ନାଏକ ୩ ହଜାର ୩୧ ଟଙ୍କା ବକେୟା ଥିଲା । ଏଥିପାଇଁ ବିଦ୍ୟୁତ୍‌ SDO ଓ ବିଭାଗ କର୍ମଚାରୀ ବିଦ୍ୟୁତ କାଟ କରିଥିଲେ । ଏହା ପରେ ଶାନ୍ତୁନୁ ଓ ତାଙ୍କ ପରିବାର ଲୋକ ଆକ୍ରମଣ ଏବଂ ମାଡ କରିବା ସହ ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ଖୁଣ୍ଟା ଥାନାରେ ନେସ୍କୋ ପକ୍ଷରୁ ଅଭିଯୋଗ କରାଯାଇଛି ।