ଯୁବକଙ୍କ ମୃତଦେହ ମିଳିଲା ପଟିଆ ଷ୍ଟେସନ୍‌ ଟ୍ରେନ୍‌ ଲାଇନ୍‌ରୁ: ପରିବାର ଲୋକେ କହୁଛନ୍ତି, କିଏ ମାରି ଦେଇଛି

ଭୁବନେଶ୍ୱର (କେନ୍ୟୁଜ୍‌) : ଟ୍ରେନ ଲାଇନ୍‌ରୁ ଉଦ୍ଧାର ହେଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ । ଜବତ କଲା ଜିଆରପି ପୋଲିସ । ଏକ ପ୍ରମୁଖ ଘରୋଇ ଚ୍ୟାନେଲରେ କାମ କରୁଥିବା ଯୁବକଙ୍କ ଆଇକାର୍ଡ଼ରୁ ପୋଲିସ୍‌ ତାଙ୍କ ପରିଚୟ ଜାଣି ପାରିଛି । ମୃତ ଯୁବକଙ୍କ ନାଁ ପାର୍ଥ ନାରାୟଣ ଦାସ । ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଲମ୍ବିତଳ ଗାଁରେ ବୋଲି ଜଣାପଡ଼ିଛି ।

ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କ ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ତାକୁ ନେଇ ପୋଲିସ୍‌ ତଦନ୍ତ କରୁଛି । ଅବଶ୍ୟ ପୋଲିସ୍‌ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇ ସାରିଛି । ଏବେ ପାର୍ଥଙ୍କ ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠା ଯାଇଛି । ସେପଟେ କିନ୍ତୁ ପାର୍ଥଙ୍କୁ କେହି ହତ୍ୟା କରି ଟ୍ରେନ୍ ଲାଇନ୍‌କୁ ଫୋପାଡ଼ି ଦେଇଥିବା ଅଭିଯୋଗ କରୁଛନ୍ତି ତାଙ୍କ ପରିବାର ଲୋକେ । ଅନ୍ଯପଟେ କିଛି ପ୍ରତକ୍ଷଦର୍ଶୀ କହୁଛନ୍ତି ସେ ଟ୍ରେନ୍ ସାମ୍ନାକୁ ଡେଇଁ ପହଇଛନ୍ତି।

ଗତକାଲି ପଟିଆ ରେଳ ଷ୍ଟେସନ ଟ୍ରେନ ଲାଇନ୍‌ରୁ ମୃତ ଦେହ ଜବତ କରିଥିଲା ପୋଲିସ। ପାର୍ଥ ରାଜ୍ୟର ଏକ ପ୍ରମୁଖ ଇଂଲିଶ ପୋର୍ଟାଲରେ ଭିଜୁଆଲ ଏଡିଟର ଭାବେ କାମ କରୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.