ପୁରୀ ସଦର ମୁଖ୍ୟ ଚିକିିତ୍ସାଳୟରେ ଲୋକଙ୍କଠାରୁ ଲାଞ୍ଚ ନେଉଛନ୍ତି କର୍ମଚାରୀ, ଭାଇରାଲ୍ ହେଉଛି ଭିଡିଓ

ପୁରୀ: ପୁରୀ ସଦର ମୁଖ୍ୟ ଚିକିିତ୍ସାଳୟରେ ଅବ୍ୟବସ୍ଥା । ଲୋକଙ୍କଠାରୁ ମେଡିକାଲର ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ଦୃଶ୍ୟ କଳିଙ୍ଗ ଟିଭି ହାତରେ ଲାଗିଛି । ଜଣେ ପ୍ରସୂତୀଙ୍କ ପରିବାରଠାରୁ ମେଡିକାଲ କର୍ମଚାରୀ ଲାଞ୍ଚ ନେଉଥିବା ଜଣାପଡ଼ିଛି ।

ମାଗଣା ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ଥିବା ବେଳେ ଲାଞ୍ଚ ନେବା ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଖୋଲାଖୋଲି ଭାବେ ଲାଞ୍ଚ ନେବା ପୁରୀ ମେଡିକାଲର ଅବ୍ୟବସ୍ଥାକୁ ପଦାରେ ପକାଇଛି।

You might also like