ବ୍ରହ୍ମପୁର : ପୁଣି ଏନକାଉଣ୍ଟର, ପୋଲିସ ଗୁଳିରେ ଆହତ ହୋଇଛି ଅପରାଧୀ ପ୍ରମୋଦ ବାରିକ
ବ୍ରହ୍ମପୁର (କେନ୍ୟୁଜ୍) : ପୁଣି ଏନକାଉଣ୍ଟର । ଭୋର ୩ଟା ୫୦ ସମୟରେ କୃଷ୍ଣପ୍ରସାଦ ରୋଡରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଆହତ ହୋଇଛି ଅପରାଧୀ ପ୍ରମୋଦ ବାରିକ । ତାର ଡାହାଣ ଗୋଡରେ ଗୁଳି ବାଜିଛି । ତାକୁ ପ୍ରଥମେ ଛତ୍ରପୁର ହସ୍ପିଟାଲ ଓ ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ସେହିପରି ପ୍ରମୋଦର ମଧ୍ୟ ପୋଲିସ ଉପରକୁ ଗୁଳି କରିଥିଲା । ଏଥିରେ ଦୁଇ ଜଣ କନଷ୍ଟେବଳ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ, ଦୁଇଟି ଅଫୁଟା ଗୁଳି ଓ ବାଇକ୍ ଜବତ କରିଛି ପୋଲିସ । ପ୍ରମୋଦ ନାଁରେ ଏକାଧିକ ଅପରାଧୀକ ମାମଲା ରହିଛି । ନିକଟରେ ଗଞ୍ଜାମ ସୁଧୀର ପାଢୀ ହତ୍ୟା ଘଟଣାରେ ତାର ସଂପୃକ୍ତି ଥିଲା ।