ପୁଣି ବ୍ରହ୍ମପୁରରେ ଏନ୍‌କାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଓ ବିଶ୍ୱଜିତ ଆହତ

ବ୍ରହ୍ମପୁର() : ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । ସେମାନେ ହେଲେ ମନୋଜ ସାହୁ ଓ ବିଶ୍ୱଜିତ ବାରିକ । ଦୁଇ ଜଣଙ୍କର ଗୋଡ଼଼କୁ ଗୁଳି ମାରି ଜଖମ କରିଛି ପୋଲିସ । ଚିକିତ୍ସା ପାଇଁ ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

1xଗତକାଲି ରାତିରେ ଗୋପାଳପୁର କଣମଣାଗାଁ ନିକଟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ମନୋଜ ଓ ବିଶ୍ୱଜିତ । ସେମାନଙ୍କ ନିକଟରୁ ୨ଟି ମାଉଜର, ୪ଟି ଗୁଳି, ଗୋଟିଏ କାର୍‌ ଓ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଛି । ଚମାଖଣ୍ଡି ନିକଟ ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ଉଭୟ ସମ୍ପୃକ୍ତ ଥିବା ଜାଣିବାକୁ ପାଇଛି ପୋଲିସ ।