ପୁଣି କଟକରେ ଏନକାଉଣ୍ଟର , ପୋଲିସ ଗୁଳିରେ ମୁନା ଓରଫ ମନୋଜ ସ୍ୱାଇଁ ଆହତ

କଟକ(କେନ୍ୟୁଜ୍) : କଟକରେ ପୁଣି ଏନକାଉଣ୍ଟର। ମାଲଗୋଦାମ ଅଞ୍ଚଳରେ ପୋଲିସ ଗୁଳିରେ ମୁନା ଓରଫ ମନୋଜ ସ୍ୱାଇଁ  ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ SCBରେ ଭର୍ତ୍ତି କରାଯାଇଛି। ମୁନା ନିକଟରୁ ୩ଟି ବୋମା ଭର୍ତ୍ତି ବ୍ୟାଗ ଜବତ କରାଯାଇଛି। ମନୋଜ ପ୍ରଥମେ ପୋଲିସ ଉପରକୁ ଆକ୍ରମଣ କରିଥିଲା। ବୋମା ମାଡରେ ମାଲଗୋଦାମ IICଙ୍କ ସମେତ ୩ ପୋଲିସ ଆହତ ହୋଇଛନ୍ତି। କଟକ DCPଅଖିଳେଶ୍ୱର ସିଂ ଏନେଇ ସୂଚନା ଦେଇଛନ୍ତି। କଟକ ମାଲଗୋଦାମ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲା ମନୋଜ। ତା ନାଁରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.