କଟକ କନ୍ଦରପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକା ଗୋଡ଼ରେ ବାଜିଛି ଗୁଳି

କଟକ(କେନ୍ଯୁଜ୍): କଟକରେ ଏନ୍‌କାଉଣ୍ଟର। କନ୍ଦରପୁରରେ କମିଶନରେଟ ପୋଲିସ ପକ୍ଷରୁ ଏହି ଏନ୍‌କାଉଣ୍ଟର ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଗୋଡ଼ରେ ବାଜିଛି ଗୁଳି। ଆହତ ଅବସ୍ଥାରେ ରାକାକୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି। ରାକେଶର ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ରେ କନ୍ଦରପୁର ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ରାକା।

ଏନ୍‌କାଉଣ୍ଟରରେ କନ୍ଦରପୁର ଥାନାର ୨ ଅଫିସର ମଧ୍ୟ ଆହତ ହୋଇଛନ୍ତି। ଭୋର ସମୟରେ କନ୍ଦରପୁର ଅଥଙ୍ଗା ରାସ୍ତାରେ ରାକେଶ ଯାଉଥିବା ସମୟରେ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ କନ୍ଦରପୁର ଥାନା IIC। ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା ରାକେଶ। ଜବାବରେ ଆଇଆଇସି ଫୁଟାଇଥିଲେ ଗୁଳି। ଏନ୍‌କାଉଣ୍ଟରରେ ରାକାର ଡାହାଣ ଜଙ୍ଘରେ ବାଜିଛି ୨ ରାଉଣ୍ଡ ଗୁଳି। ରାକା ନାଁରେ କଟକ ଓ ଜଗତସଂହପୁରର ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ୍ୱ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.