କଟକ ଚୌଦ୍ୱାରରେ ପୁଣି ଏନକାଉଣ୍ଟର୍, ପୋଲିସ ଗୁଳିରେ ଅପରାଧୀ ମୁନା ଦେହୁରୀ ଆହତ

କଟକ(କେନ୍ୟୁଜ୍): କଟକ ଚୌଦ୍ୱାରରେ ପୁଣି ଏନକାଉଣ୍ଟର୍ । ୨୪ ଘଣ୍ଟା ମଧ୍ୟରେ ଦୁଇଟି ଏନ୍କାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ । ମୁନାର ବାମ ଗୋଡରେ ଗୁଳି ବାଜିଛି । ଆଜି ଭୋରୁ ଚୌଦ୍ୱାର ପୋଲିସ ଏନକାଉଣ୍ଟର୍ କରିଛି । ଧବଳେଶ୍ୱର ରୋଡ ନିକଟରେ ଏନକାଉଣ୍ଟର୍ ହୋଇଛି । ତାଠାରୁ ୯ଗଗ ପିସ୍ତଲ ଓ ଗୁଳି ଭର୍ତ୍ତି ମାଗାଜିନ୍ ଜବତ କରିଛି ପୋଲିସ । ଗତ ୨୪ ତାରିଖରେ କଟକରେ ହୋଇଥିବା ଲୁଟ୍ ଘଟଣାର ଅନ୍ୟତମ ଅଭିଯୁକ୍ତ ଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତୁକୁ ମଧ୍ୟ ଗତକାଲି ଏନ୍କାଉଣ୍ଟର କରିଛି ପୋଲିସ । ଘଟଣାର ଅନ୍ୟ କିଛି ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଆହତ ମୁନାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁନା ନାଁରେ ଢେଙ୍କାନାଳ ଓ କଟକ ଜିଲ୍ଲାରେ ଅନେକ ଅପରାଧିକ ମାମଲା ରହିଛି ।