ଗଞ୍ଜାମ ଆସିକାରେ ପୁଣି ଏନକାଉଣ୍ଟର , ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ କୁମାର ଜେନା ଓ କୃଷ୍ଣଚନ୍ଦ୍ର ଜେନା ଆହତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମର ଆସିକାରେ ପୁଣି ଏନକାଉଣ୍ଟର। ଆସିକା ପୋଲିସର ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ କୁମାର ଜେନା ଓ କୃଷ୍ଣଚନ୍ଦ୍ର ଜେନା ଆହତ ହୋଇଛନ୍ତି। ଉଭୟଙ୍କ ଗୋଡ଼ରେ ବାଜିଛି ଗୁଳି। ଦୁଇ ଅପରାଧୀ ହୁମୁକି ଗ୍ରାମର ବୋଲି ଜଣାପଡ଼ିଛି। ଏମାନଙ୍କ ଠାରୁ ୨ଟି ପିସ୍ତଲ, ୫ରାଉଣ୍ଡ ଗୁଳି, ଟଙ୍କା ଓ ଗୋଟିଏ ମଟର ସାଇକେଲ ଜବତ କରାଯାଇଛି। ସଦାନନ୍ଦ ଲେଙ୍କା ହତ୍ୟା ମାମଲାରେ ଏମାନଙ୍କୁ ଖୋଜିବାକୁ ଯାଇଥିବା ବେଳେ ଚାରିମାଇଲ ପାଖରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ପରେ ପୋଲିସ ଏନକାଉଣ୍ଟର କରିଥିଲା। ଦୁଇ ଗୁରୁତରଙ୍କୁ ଆସିକା ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି। ଏମାନଙ୍କ ଗୁଳିମାଡ଼ରେ ଥାନା ଏଏସଆଇ ମଧ୍ୟ ଆହତ ହୋଇଛନ୍ତି। ଉଭୟଙ୍କ ନାଂରେ ବହୁ ପରାଧିକ ମାମଲା ରହିଥିବା ପୋଲିସ କହିଛି ।