ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର , ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍‌ ଆହତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍‌ ଆହତ। ତାର ୨ଟି ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭଞ୍ଜନଗର ନିକଟସ୍ଥ ଗଣ୍ଡିଶୁଳା ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ସେ ରାସ୍ତାରେ ଯାଉଥିବାବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା। ପ୍ରଥମେ ଇମ୍ରାନ୍‌ ପୋଲିସ ଉପରକୁ ଗୁଳି ଚଲାଇଥିଲା। ପୋଲିସର ପାଲଟା ଆକ୍ରମଣରେ ସେ ଆହତ ହୋଇଛି। ଭଞ୍ଜନଗର ସହରରେ ଘଟିଥିବା ବୋମାମାଡ ଘଟଣାରେ ଇମ୍ରାନ୍‌ର ସଂପୃକ୍ତି ରହିଛି। ତା ନିକଟରୁ ଗୋଟଏ ବନ୍ଧୁକ, ୫ଟି ବମ୍‌ ଓ ଗୋଟିଏ ଗୁଳି ଜବତ କରାଯାଇଛି।