ଗଞ୍ଜାମରେ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଆହତ
ଗଞ୍ଜାମ: ଗଞ୍ଜାମରେ ପୁଣି ଏନକାଉଣ୍ଟର। ଗୁଳି ଖାଇଲା ଅପରାଧୀ ସୁଶାନ୍ତ ବେହେରା। ତା ବାମ ଆଣ୍ଠୁରେ ବାଜିଛି ଗୁଳି। ଆହତ ଅବସ୍ଥାରେ ତାକୁ ପ୍ରଥମେ ଛତ୍ରପୁର ହସ୍ପିଟାଲ ଓ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଆଜି ଭୋର୍ ୪ଟା ୨୦ ମିନିଟରେ ପୋଲିସ ସହ ସୁଶାନ୍ତର ମୁହାଁମୁହିଁ ହୋଇଥିଲା। ଜୟଶ୍ରୀ କେମିକାଲ୍ସ ରୋଡରେ ସୁଶାନ୍ତ ଓ ପୋଲିସ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ପୋଲିସ କନଷ୍ଟେବଳ ବି ଆହତ ହୋଇଛନ୍ତି। ସୁଶାନ୍ତର ଘର ଗୋଷାଣୀ ନୂଆଗାଁର ରାଜୀବ ନଗରରେ। ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପାଇଁ ବିଭିନ୍ନ ମାମଲାରେ ଓ୍ଵାଣ୍ଟେଡ୍ ଥିଲା ସୁଶାନ୍ତ। ନିକଟରେ ଗଞ୍ଜାମରେ ସୁଧୀର ପାଢ଼ୀଙ୍କୁ ମରଣାନ୍ତର ଆକ୍ରମଣରେ ତାର ସଂପୃକ୍ତି ଥିଲା। ତା ନିକଟରୁ ଗୋଟିଏ ମାଉଜର୍, ଦୁଇଟି ଗୁଳି, ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ ହୋଇଛି।