ଗଞ୍ଜାମ ଖଲ୍ଲିକୋଟରେ ଏନ୍କାଉଣ୍ଟର , ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମଣି ଆହତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମ ଖଲ୍ଲିକୋଟରେ ଏନ୍କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ୍ ମଣି ଆହତ । ମାଛୁଆର ଡାହାଣ ଗୋଡ଼ରେ ବାଜିଛି ଗୁଳି । ମାଛୁଆର ଘର ନୟାଗଡ଼ ଜିଲ୍ଲା ରଣପୁରରେ । ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଥାନେରେ ମଣି ନାଁରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି । ଖଲ୍ଲିକୋଟ ବଡ଼ଘାଟିରେ ହୋଇଥିବା ଡକାୟତି ମାମଲାରେ ମଧ୍ୟ ତାର ସଂପୃକ୍ତି ଥିଲା ।
ଆହତ ଅବସ୍ଥାରେ ମଣିକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି । ମଣି ନିକଟରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଓ ମୋଟର ସାଇକେଲ ଜବତ ହୋଇଛି । ଅପରାଧ ଦମନ ପାଇଁ ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଚାଲିଥିବା ଅପରେସନ୍ କ୍ଲନ୍ କ୍ରାଇମ୍ ଅଭିଯୋଗରେ ଏହା ହେଉଛି ୫୭ ତମ ଏନ୍କାଉଣ୍ଟର ।