କେନ୍ଦ୍ରାପଡ଼ା ପୋଲିସର ଏନକାଉଣ୍ଟର , ଦୁର୍ଦ୍ଦାନ୍ତ ଅପରାଧୀ ସେକ ନବୀ ଆହତ

କେନ୍ଦ୍ରାପଡ଼ା(କେ ନ୍ୟୁଜ୍) : କେନ୍ଦ୍ରାପଡ଼ା ପୋଲିସର ଏନକାଉଣ୍ଟର। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନବୀ ଆହତ। ଆଜି ଭୋର ପ୍ରାୟ ୪ଟା ବେଳେ ହୋଇଛି ଏନକାଉଣ୍ଟର। କେନ୍ଦ୍ରାପଡ଼ା ପୋଲିସର ସ୍ପେସାଲ ସ୍କ୍ଵାର୍ଡ ନବୀକୁ ଧରିବାକୁ ପାଟକୁରା ଥାନାର ଅର୍ଜୁନପୁର ଯାଇଥିବାବେଳେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ପାଲଟା ନବୀକୁ ଏନକାଉଣ୍ଟର କରିଥିଲା। ତାର ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ସଙ୍ଗୀନ ମାମଲା ରହିଛି ।