ଏନ୍କାଉଣ୍ଟର ପରେ ମାଓ ବିରୋଧୀ ଅଭିଯାନ ଜୋରଦାର

ମାଲକାନଗିରି(କେନ୍ଯୁଜ୍) :ମାଲକାନଗିରିରେ ମାଓ ବିରୋଧୀ ଅଭିଯାନ ଜୋରଦାର । ଗତକାଲି ପୋଲିସ ଏନ୍କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ପରେ ଲାଲ୍ଗଡ଼ରେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଏଡିଜି ଅପରେସନ୍ ଆର. ପି କୋଚେ ଓ ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସମୀକ୍ଷା ବୈଠକ ହୋଇଥିଲା । ବୈଠକ ପରେ ପୋଲିସ ଡିଜି କହିଛନ୍ତି,
ଗତକାଲି ବେଜିଙ୍ଗଓ୍ଵାଡାରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ୨ଜଣ ମହିଳା ଓ ୩ ଜଣ ପୁରୁଷ । ଏନକାଉଣ୍ଟର ସ୍ଥଳରୁ ୨ଟି ଏସ୍ଏଲଆର, ଗୋଟିଏ ଇନ୍ସାସ ଓ ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ ହୋଇଛି । ଆନ୍ଧ୍ର-ଓଡ଼ିଶା ସୀମା ମାଲକାନଗିରି ଜିଲ୍ଲା ବେଜିଙ୍ଗଓ୍ଵାଡା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଅପରେସନ୍ରେ ସାମିଲ ହୋଇଥିଲେ ୨ଟି ଏସ୍ଓଜି ଟିମ୍ । ଏନକାଉଣ୍ଟର ବେଳେ ଡିଭଜନାଲ କମିଟି ମେମ୍ବର ରଣଦେବ ଚମ୍ପଟ ମାରିଥିବା କୁହାଯାଉଛି । ତେବେ ପୋଲିସ ଗୁଳିରେ ରଣଦେବ ଆହତ ହୋଇଛି । ରଣଦେବର ବାମ ଗୋଡ଼ ଓ ମୁଣ୍ଡ ପଛପଟେ ଗୁଳି ବାଜିଛି ।