ଅସହାୟଙ୍କ ଦେବଦୂତ ଇଂଜିନିୟ ସତ୍ୟଜିତ୍, ଗାଁକୁ ଗାଁ ବୁଲି କରୁଛନ୍ତି ସେବା

ସାଲେପୁର: ଆଜି ବ୍ଯସ୍ତ ବହୁଳ ଜୀବନରେ କିଏ ବା କାହା ପାଇଁ ଅପେକ୍ଷା କରୁଛି । ନିଜ ଜୀବନ ପଥରେ ସଭିଏଁ ଆଗକୁ ବଢିଚାଲିଛନ୍ତି । ହେଲେ ଆର୍ଥିକ ଅନଗ୍ରସର, ଦାରିଦ୍ର୍ଯ ସୀମାରେଖା ତଳେ ଥିବା ତଥା ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କ କଥା ଟିକେ ଭାବିଲେ । ସେମାନଙ୍କର କଣ ଏ ଦୁନିଆରେ ବଞ୍ଚିବାର ଅଧିକାର ନାହିଁ? ଆମ ମାନଙ୍କର କଣ ଏହି ସମାଜ ପ୍ରତି କିଛି କର୍ତ୍ତବ୍ଯ ନାହିଁ? ଏହି ଦୁଃଖିରଙ୍କିଙ୍କ ପାଇଁ କିଏ ଥାଉ ବା ନଥାଏ ଏମାନଙ୍କୁ କିନ୍ତୁ ସମାଜର ମୁଖ୍ଯସ୍ରୋତରେ ସାମିଲ କରିବା ସହ ଉତ୍ତମ ସେବା ଯୋଗାଇଦେବାର ମୂଳ ଲକ୍ଷ୍ୟ ନେଇ ଦିନ ରାତି ପରିଶ୍ରମ କରିଚାଲିଛନ୍ତି ସାଲେପୁରର ଇଂଜିନିୟ ବାବୁ ସତ୍ୟଜିତ ସେନାପତି। ଗାଁକୁ ଗାଁ ବୁଲି କରୁଛନ୍ତି ଲୋକଙ୍କ ସେବା ।

poor family ସାଲେପୁର ସୌରି ପଂଚାୟତର ବିଦୁଲତା ମହାରଣା। ଭାରି ଦୁଃଖରେ କଟୁଛି ତାଙ୍କ ଜୀବନ।  ପୁଅ ବୈକୁଣ୍ଠ ମହାରଣା ମାନସିକ ବିକାର ଗ୍ରସ୍ତ କାରଣରୁ ଦୀର୍ଘ ୧୨ ବର୍ଷ ହେବ କେଉଁ ଆଡେ ଚାଲି ଯାଇଥିଲା। ମାତ୍ର କରୋନା ମହାମାରୀ ମା ପୁଅ କୁ ଏକାଠି କରି ଥିଲା । ମାତ୍ର ପୁଅ କୁ ପାଇ ମା ବିଦୁଲତାଙ୍କ ଖୁସି ହେବା ପରିବର୍ତେ ଚିନ୍ତା ବଢ଼ି ଯାଇଛି। କାହିଁକିନା ୩୦ ବର୍ଷର ଭେଣ୍ଡିଆ ପୁଅ କିଛି ଜାଣିନପାରି ତଳେ ପଡ଼ି ରହି ଜୁଳୁ ଜୁଳୁ କରି ମା ମୁହଁକୁ ଚାହିଁ ରହୁଛି । ଚାଲିବାକୁ ବଳ ନାହିଁ । ତେଣୁ ରାତି ପାହିଲେ ପେଟ ପାଇଁ ଗୋଡ କାଢ଼ି ବାକୁ ପଡ଼େ ବିଦୁଲତାଙ୍କୁ।

helpବିଦୁଲତା ଓ ତାଙ୍କ ପାଗଳ ପୁଅ ର ଏଭଳି ଅବସ୍ଥା ଶୁଣି ଦେବଦୂତ ଭଳି ଉଭା ହୋଇଥିଲେ ଇଂଜିନିୟର ସତ୍ୟଜିତ୍ ଏବଂ ତାଙ୍କର ଟିମ୍ । ଅଉ ବିଦୁଲତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ଖାଦ୍ୟ ସାମଗ୍ରୀ ସହ ବୈକୁଣ୍ଠର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଛନ୍ତି ସତ୍ୟଜିତ୍ । ନିଜେ କାରରେ ବସାଇ ବୈକୁଣ୍ଠଙ୍କୁ ମେଡିକାଲ୍ ନେଇ ଚିକିତ୍ସା ଆରମ୍ଭ କରାଇଛନ୍ତି । ଏହାସହିତ ଉନ୍ନତ ଚିକିତ୍ସା ନିମନ୍ତେ ଚେଷ୍ଟା ଜାରି ରଖିଛନ୍ତି। ପରିଣତ ବୟସରେ ସାହା ଖୋଜୁଥିବା ବିଦୁଲତା ଏବେ ବୈକୁଣ୍ଠକୁ ନେଇ ଚିନ୍ତିତ ଥିବା ବେଳେ, ସତ୍ୟଜିତ୍ ଙ୍କ ସହଯୋଗର ହାତ ନିଶ୍ଚିତ ଭାବେ ବୈକୁଣ୍ଠଙ୍କୁ ନୂଆ ଜୀବନ ଫେରାଇବ ତାହା ସମସ୍ତଙ୍କର ଆଶା ରହିଛି । ତେବେ ସମାଜ ସେବାକୁ ମୁଖ୍ଯ ବ୍ରତ ବୋଲି ଭାବି ଉଚ୍ଚବେତନକୁ ତ୍ୟାଗ କରି ଆଜି ସିଏ ଗାଁକୁ ଗାଁ ବୁଲି ଦୁଃଖୀରଖିଙ୍କ ମୁହଁରେ ହସ ଫୁଟାଉଛନ୍ତି। ଏନେଇ ଅଂଚଳ ବାସୀ ତାଙ୍କ କାର୍ଯ୍ଯକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.