ଭୁବନେଶ୍ୱର : ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଦୁଷ୍କର୍ମ । ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଇଞ୍ଜିନିୟର ଛାତ୍ର ଗିରଫ । ପ୍ରେମ ପ୍ରତାରଣା ଓ ଭାଇରାଲ ଭିଡିଓ ମାମଲାରେ ଗିରଫ କଲା ଭୁବନେଶ୍ବର ଇନଫୋଭାଲି ପୋଲିସ । ଭିଡିଓ ଭାଇରାଲ କରିଦେବାକୁ କହି ବ୍ଲାକମେଲିଂ କରୁଥିଲା ଇଞ୍ଜିନିୟରିଂ ଛାତ୍ର। ବ୍ଲାକ୍ ମେଲିଂ କରି ଟଙ୍କା ବି ନେଇଥିଲା । ୩ ଲକ୍ଷ ଠକିଥିବା ଏବଂ ଦୁଷ୍କର୍ମ କରିଥିବା ଇନଫୋଭାଲି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ । ଅଭିଯୁକ୍ତର ନାଁ ସଗ୍ରାମ ପ୍ରଧାନ । ତାଙ୍କ ଘର ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି । ସ୍ବାସ୍ଥ୍ୟ ପରୀକ୍ଷା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।