ଭୁବନେଶ୍ୱର: କର କ୍ଲିନିକକୁ କରାଗଲା ସାନିଟାଇଜ୍‌, ଡାଏଲିସିସ୍‌ ଭଳି ଜରୁରିକାଳୀନ ନିରନ୍ତର ଚିକିତ୍ସା ଯୋଗାଇ ଦେବାକୁ ଦିଆଗଲା ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର କର କ୍ଲିନିକକୁ ସାନିଟାଇଜ୍‌ କରାଯାଇଛି । ରାଜ୍ୟରେ ଚିହ୍ନଟ ତୃତୀୟ କରୋନା ରୋଗୀ ସେଠାକୁ ଯାଇଥିବା ଜଣା ପଡ଼ିବା ପରେ ସାନିଟାଇଜ୍‌ କରାଯାଇଛି । ଏହାପରେ ଡାଏଲିସିସ୍‌ ଭଳି ଜରୁରିକାଳୀନ ନିରନ୍ତର ଚିକିତ୍ସା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ତେବେ ତୃତୀୟ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କର କ୍ଲିନିକର କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ଦିଆଯାଇଛି ପରାମର୍ଶ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ବା DHS ଦ୍ୱାରା ଜାରି ଗାଇଡଲାଇନ୍‌କୁ ଅନୁସରଣ କରିବାକୁ କୁହାଯାଇଛି ।

 

Leave A Reply

Your email address will not be published.