ଆଗାମୀ ୪ ଦିନ ଯାଏ ଜାଡ଼ରୁ ନାହିଁ ନିସ୍ତାର, ୧୬ ଯାଏ ୧୭ ଜିଲ୍ଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ୪ଦିନ ଯାଏ ଜାଡ଼ରୁ ନାହିଁ ନିସ୍ତାର । ପ୍ରବଳ ଶୀତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ରାତିର ତାପମାତ୍ରା ସ୍ବାଭାବିକ ଠାରୁ କମ ରହିଛି । ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ଗତ ୨୪ ଘଣ୍ଟାରେ ସମତଳ ଅଞ୍ଚଳରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାର୍ବତ୍ୟାଞ୍ଚଳର ଜି. ଉଦୟଗିରି ଠାରେ ତାପମାତ୍ରା ୭ ଡିଗ୍ରୀ ରହିଥିଲା ।

ଅନ୍ୟପଟେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ୧୬ ତାରିଖ ଯାଏ ୧୭ ଜିଲ୍ଲାରେ କୁହୁଡ଼ିର ସମ୍ଭାବନା ରହିଛି । କେତେକ ସ୍ଥାନରେ ଘନକୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘନକୁହୁଡ଼ି ପାଇଁ ଝାରସୁଗୁଡ଼ା, କେନ୍ଦୁଝର,ସମ୍ବଲପୁର, ସୁନ୍ଦରଗଡ଼,କଟକ,ଖୋର୍ଦ୍ଧା,ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

Also Read:  ପୁଣି ଶୀତରେ ଥରିଲା ଓଡ଼ିଶା, ଦିନକରେ ୪ରୁ ୫ ଡିଗ୍ରୀ ଖସିଲା ତାପମାତ୍ରା

You might also like