ରାଜ୍ୟ

ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ଶୋଭାକର: ଯିଏ ଦୀର୍ଘ ୨୭ ବର୍ଷ ଧରି କରିଆସୁଛନ୍ତି ପରିବେଶ ଓ ଜୀବ ସୁରକ୍ଷା ପାଇଁ କାର୍ଯ୍ଯ

କାକଟପୁର: ଆଜିକାଲିର ଯୁବକ ମାନେ ସରକାରୀ ଚାକିରୀ ପଛରେ ଧାଉଁଥିବା ବେଳେ ଏମିତି ଅନେକ ମଣିଷ ଆଜିବି କିଛି ଅଲଗା କରି ଦେଖାଇବାର ନିଶା ରଖିଛନ୍ତି । ଖାଲି ନିଜ ପାଇଁ ନୁହେଁ ସାରା ସମାଜ ପାଇଁ ଯାହା ମଙ୍ଗଳ ହେବ ସେ ନେଇ ସର୍ବଦା ଚେଷ୍ଟା କରିଥାନ୍ତି । ଏମିତି ଜଣେ ମଣିଷ ଯିଏ ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇ ମଧ୍ଯ ଅନେକ ସରକାରୀ ଚାକିରୀକୁ ପ୍ରତ୍ଯାକ୍ଷାନ କରି ଦୀର୍ଘ ୨୭ ବର୍ଷ ଧରି ପରିବେଶ ଓ ଜୀବ ସୁରକ୍ଷା ପାଇଁ କାର୍ଯ୍ଯ କରି ଆସୁଛନ୍ତି । ପରିବେଶ ଓ ଜୀବ ମାନଙ୍କୁ ଭଲ ପାଉଥିବା ସେହି ଦରଦୀ ମଣିଷ ଜଣଙ୍କ ହେଉଛନ୍ତି ଶୋଭାକର ବେହେରା। ଯାହାଙ୍କୁ ନେଇ ଗର୍ବ କରନ୍ତି ତାଙ୍କ ଗ୍ରାମବାସୀ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର ଗୁଣ୍ଡଳବା ଗ୍ରାମର ଶୋଭାକର ବେହେରା । ଛୋଟ ବେଳୁ ପରିବେଶ ଓ ଜୀବ ମାନଙ୍କୁ ଭଲ ପାଇ ଆସୁଥିବା ମଣିଷଟିଏ । ସ୍କୁଲରେ ପାଠ ପଢୁଥିବା ବେଳେ ତାଙ୍କୁ ଗାଁ ପଛ ପଟେ ରହିଥିବା ସୋର୍ଣ୍ଣାଭ ବେଳାଭୂମି ଏବଂ ଗାଁ ଚାରିପଟେ ଘେରି ରହିଥିବା ସବୁଜିମା ଭରା ଝାଉଁ ଜଙ୍ଗଲ । ଯାହା ତାଙ୍କୁ ପ୍ରକୃତିକୁ ଭଲ ପାଇବା ପାଇଁ ଆକୃଷ୍ଟ କରିଥିଲା । ଅଲିଭ ରିଡେଲ କଇଁଛ ମାନଙ୍କ ଅଣ୍ଡାଦାନ ଋତୁରେ ସେମାନଙ୍କୁ ସୁରକ୍ଷା ଦେବା ହେଉ କି ସମୁଦ୍ର ମଧ୍ୟରେ ରହିଥିବା ଡଲଫିନ୍‌ ଓ ଅନ୍ଯ ଜଳଜୀବ ମାନଙ୍କୁ ସୁରକ୍ଷା ଦେବା, ଖାଲି ସେତିକି ନୁହେଁ ମତ୍ସ୍ୟଜିବୀ ମାନଙ୍କୁ ସଚେତନା କରାଇବା ହେଉ କିମ୍ବା ଜଙ୍ଗଲ ମଧ୍ୟରେ ରହୁଥିବା ହରିଣ ମାନଙ୍କ ସୁରକ୍ଷା ପାଇଁ ଜନ ସଚେତନା କରୁଥିବା ଶୋଭାକରଙ୍କୁ ଜୀବ ସୁରକ୍ଷା କର୍ମି ଓ ପରିବେଶବିତ୍‌ ଭାବେ ଲୋକମାନେ ଘରେ ଘରେ ଚିହ୍ନନ୍ତି।

ଶୋଭାକରଙ୍କ ନେତୃତ୍ୱରେ ଅସ୍ତରଙ୍ଗ ବ୍ଳକର ବିଭିନ୍ନ ସମୁଦ୍ର କୂଳିଆ ଗ୍ରାମ ମାନଙ୍କରେ ମହିଳା ସଂଗଠନ ସୃଷ୍ଟି କରି ସେହି ମହିଳା ଗୋଷ୍ଠୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ଯ କରିବାକୁ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳେ । ଏହି ମହିଳା ଗୋଷ୍ଠୀମାନେ ପାଳିକରି ଜଙ୍ଗଲକୁ ଜଗିବା ସହ ପିର ଜାହାନିଆଁ ପିକ୍‌ନିକ୍‌ ସ୍ଥଳକୁ ସଫେଇ କରିବା ଓ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ଦିଗରେ କାର୍ଯ୍ଯ କରୁଛନ୍ତି । ଏଥିପାଇଁ ବିଭିନ୍ନ ସରକାରୀ ଓ ବେଶରକାରୀ ଅନୁଷ୍ଠାନ ପକ୍ଷରୁ ଅନେକଥର ସମ୍ମାନିତ ହୋଇଛନ୍ତି।

ଅନ୍ଯପଟେ ଅନେକ ସମୟରେ ବିଭିନ୍ନ ଦେଶ ବିଦେଶରୁ ଅନେକ ଗବେଷକ ମାନେ ଶୋଭାକରଙ୍କ ପାଖକୁ ଛୁଟିଆସନ୍ତି, ସାମୁଦ୍ରିକ ଜୀବ ମାନଙ୍କ ଜୀବନ ଶୈଳି ବାବଦରେ ଜ୍ଞାନ ଆହାରଣ ପାଇଁ । ଶୋଭାକରଙ୍କ ଏଭଳି କାର୍ଯ୍ଯ ଦେଖି ରାଜ୍ଯ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ବନ୍ଯପ୍ରାଣୀ ତତ୍ୱାବଧାରକ ପଦବୀରେ ଦୁଇବର୍ଷ ହେବ ନିଯୁକ୍ତି ଦେଇଛନ୍ତି । ଏପରି ଭାବରେ ପରିବେଶ ପ୍ରୀତି ଓ ଜୀବ ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ଯ କରୁଥିବା ଶୋଭାକର ଅନେକ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

କାକଟପୁରରୁ ଲୋକନାଥ ସ୍ବାଇଁଙ୍କ ରିପୋର୍ଟ, କେନ୍ଯୁଜ୍

Sonalisa

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

35 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago