ଅର୍ଥନୈତିକ ଶାଖାକୁ ବଡ଼ ସଫଳତା, ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଦମ୍ପତି ଗିରଫ
ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଦମ୍ପତି ଗିରଫ । ୨୦୧୭-୧୮ରେ କ୍ୱିକ୍ ଏଡ୍ ମିଡ଼ିଆ ନାଁରେ ଏକ କମ୍ପାନୀ ଖୋଲି ଠକେଇ ଅଭିଯୋଗରେ ଦମ୍ପତି ବିମାଳନନ୍ଦ ଭୂୟାଁ ଓ ରମ୍ମି ଭୂୟାଁଙ୍କୁ ଗିରଫ କରିଛି EOW ।

ଭୁବନେଶ୍ୱର : ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଦମ୍ପତି ଗିରଫ । ୨୦୧୭-୧୮ରେ କ୍ୱିକ୍ ଏଡ୍ ମିଡ଼ିଆ ନାଁରେ ଏକ କମ୍ପାନୀ ଖୋଲି ଠକେଇ ଅଭିଯୋଗରେ ଦମ୍ପତି ବିମାଳନନ୍ଦ ଭୂୟାଁ ଓ ରମ୍ମି ଭୂୟାଁଙ୍କୁ ଗିରଫ କରିଛି EOW । ଏମାନେ ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ LED ଟିଭି ଲଗାଇ ସେଥିରେ ବିଭିନ୍ନ ବିଜ୍ଞାପନ ଡିସପ୍ଲେ କରିବେ । ସେଥିରୁ ଗ୍ରାହକଙ୍କୁ କମିଶନ ପଇସା ଦେବୁ କହି ସେମାନଙ୍କ ଇନଭେଷ୍ଟମେଣ୍ଟ କରିଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲେ । ସେମାନଙ୍କୁ EOW ଗିରଫ କରି କୋର୍ଟ ଚାଲାଣ କରିଛି ।
ଆଜି ଭୁବନେଶ୍ୱର ଅର୍ଥନୈତିକ ଶାଖାକୁ ଏକ ବଡ଼ ସଫଳତା ମିଳିଛି । ୨୦୧୭-୧୮ ମସିହାର ଏକ କେଶ୍ ର ଅଭିଯୁକ୍ତଙ୍କୁ ଧରିବା ରେ ସଫଳ ହୋଇଛି । ଗତ ୨୦୧୭-୧୮ ମସିହା ରେ କ୍ୱୀକ୍ ଏଡ ମିଡ଼ିଆ ନାମରେ ଏକ କମ୍ପାନୀ ଖୋଲି ଦୁଇ ଦମ୍ପତ୍ତି ବିମାଳନନ୍ଦ ଭୂୟାଁ ଓ ରମ୍ମି ଭୂୟାଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ କୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲେ ।
ସେମାନେ ବିଭିନ୍ନ ଆଡ ସଂସ୍ଥା ଠାରୁ LED ଲଗେଇବା ପାଇଁ କ୍ୱିକ୍ ୱାର୍ଡ କମ୍ପାନୀ ନାମରେ ଏକ ସଂସ୍ଥା ଖୋଲିଥିଲେ । ଏହା ସାହାଯ୍ୟରେ ସେମାନେ ଗ୍ରାହକକୁ ଆଡ଼ର କମିଶନ ପଇସା ଦେବୁ ବୋଲି ଲୋଭ ଦେଖେଇ investment କରିଥିବା ସବୁ ପଇସା ଧରି ଉଭୟ ଦମ୍ପତି ଫେରାର ମାରିଥିଲେ ।