ପୁରୀର ITDC ହୋଟେଲ ନୀଳାଚଳ ଅଶୋକ ବିକ୍ରି ପାଇଁ ୧୫ କୋଟିର ଫେକ୍‌ ଏଗ୍ରିମେଣ୍ଟ, କ୍ରାଇମବ୍ରାଞ୍ଚ EOW ଦ୍ବାରା ଜଣେ ଗିରଫ

ପୁରୀ(କେନ୍ୟୁଜ୍):  ପୁରୀର ITDC ହୋଟେଲ ନୀଳାଚଳ ଅଶୋକ ବିକ୍ରୀ ପାଇଁ ୧୫ କୋଟିର ଫେକ୍‌ ଏଗ୍ରିମେଣ୍ଟ । ଅଭିଯୁକ୍ତ ଅନିକେଶ ସାହୁ କଟକ ବକ୍ସିବଜାରରୁ ଗିରଫ । ଗିରଫ କଲା କ୍ରାଇମବ୍ରାଞ୍ଚ EOW । ଏହି ମାମଲାରେ ମାଷ୍ଟରମାଇଣ୍ଡ ଚନ୍ଦନ ଆକାଶ ମହାନ୍ତି ପୂର୍ବରୁ ଅନ୍ୟ ଏକ ମାମଲାରେ ଗିରଫ ହୋଇ ଜେଲ୍‌ରେ ରହିଛି । ଅଭିଯୋଗ ଅନୁଯାୟୀ, ଅନିକେଶ ନିଜକୁ ଆଇଟିଡିସିର କଣ୍ଟ୍ରାକ୍ଟର ଓ ଚନ୍ଦନ ଆକାଶ ମହାନ୍ତି ନିଜକୁ ଆଇଟିଡିସିର ଅଫିସର ଭାବେ ମିଥ୍ୟା ପରିଚୟ ଦେଇଥିଲେ । ସେମାନେ ଅନ୍ୟ କିଛି ଲୋକଙ୍କ ସହ ମିଶି ପୁରୀର ହୋଟେଲ ନୀଳାଚଳ ଅଶୋକ ବିକ୍ରି ପାଇଁ ତପନ ମହାନ୍ତିଙ୍କ ସହ ଗତବର୍ଷ ଜାନୁଆରୀରେ ଜାଲ୍‌ କାଗଜପତ୍ରରେ ୧୫ କୋଟିର  ଏଗ୍ରିମେଣ୍ଟ କରିଥିଲେ ।

୩ କୋଟି ଟଙ୍କାର ଲାଞ୍ଚ କାରବାର ହେବ ବୋଲି କହିଥିଲେ । ଏଥିସହ ତପନଙ୍କଠାରୁ ବ୍ୟାଙ୍କ ଆକାଉଣ୍ଟ ଓ ନଗଦ ଆକାରରେ ୫୦ ଲକ୍ଷ ଟଙ୍କା ନେଇଥିଲେ । ଠକେଇର ଶିକାର ନେଇ ତପନଙ୍କ ପତ୍ନୀଙ୍କ ଅଭିଯୋଗ ପରେ EOW ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଠକାମୀର ଶିକାର ହୋଇଥିବା ତପନ ବ୍ରେନ ଷ୍ଟ୍ରୋକର ଶୀକାର ହୋଇଥିବା ବେଳେ ଏବେ ଶଯ୍ୟାଶାୟୀ ।

ପୂର୍ବରୁ ଧୂର୍ତ୍ତ ମାଷ୍ଟରମାଇଣ୍ଡ ଚନ୍ଦନ ଆକାଶ ମହାନ୍ତି OTDC ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଦିନ ଗଣୁଛି । ନିଜକୁ ଓଟିଡିସିର ଅଧିକାରୀ ଭାବେ ମିଥ୍ୟା ପରିଚୟ ଦେଇ ସେ ଜାଲ୍‌ ୱାର୍କଅର୍ଡରରେ ୩ କୋଟିରୁ ଅଧିକ ଟଙ୍କା ଠକିଥିଲା । ଏପରି ବିଭିନ୍ନ ଠକେଇ ମାମଲାରେ ତାର ସଂପୃକ୍ତି ରହିଛି । ITDC ହୋଟେଲ ନୀଳାଚଳ ଅଶୋକ ବିକ୍ରୀ ପାଇଁ ଜାଲ୍‌ ଏଗ୍ରିମେଣ୍ଟ କରି ଠକେଇ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଖୋଜୁଛି EOW । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ।

 ପୁରୀରେ ୧୯୮୩ ମସିହାରେ ହୋଟେଲ ନୀଳାଚଳ ଅଶୋକ ପ୍ରତିଷ୍ଠା ହୋଇଥିଲା । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନରେ ଥିବା ITDC ହୋଟେଲ ନୀଳାଚଳ ଅଶୋକରୁ ପୁଞ୍ଜିପ୍ରତ୍ୟାହାର ନେଇ ବିଚାର କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.