ଅବୈଧ ଡିଜିଟାଲ୍ ଲୋନ୍ ଆପ୍ ମାମଲାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ କଲା EOW

(କେନ୍ୟୁଜ): ଡିଜିଟାଲ ଋଣ ଆପ୍‌ ଠକେଇ ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ । ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନୀରବ ଗୁପ୍ତାଙ୍କୁ ଗିରଫ କଲା EOW । ଡିଜିଟାଲ୍‌ ଆପ୍‌ରେ ଋଣ ଦେଇ ଲୋକଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଥିଲେ। ଋଣ ଆଦାୟ ପାଇଁ ଲୋକଙ୍କୁ ମୋବାଇଲ୍‌ରେ ଧମକ ଆସୁଥିଲା। ବିଭିନ୍ନ ମୋବାଇଲ୍‌ରୁ ଏକାଧିକ ଧମକ ପୂର୍ଣ୍ଣ କଲ୍‌ ଆସୁଥିଲା । କ୍ରେଡିଟ୍‌ ଗୋଲ୍ଡ ଆପ୍‌ ଜରିଆରେ ଦେଉଥିଲେ ଋଣ । ନୀରବ ଗୁପ୍ତାଙ୍କ ନାଁରେ ଅନେକ ଗୁଡିଏ ଫେକ୍‌ କମ୍ପାନୀ ରହିଛି। ଗିରଫ ନୀରବ ଗୁପ୍ତାଙ୍କଠାରୁ ଲାପଟପ୍‌, ଦୁଇଟି ମୋବାଇଲ ଓ ୪ଟି ଚେକ୍‌ ବୁକ୍‌ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.