ରାଜ୍ୟ

ସମ୍ବାଦ ଅଫିସରେ EOW: ଯାଞ୍ଚ ବେଳେ ଜବତ ହେଲା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଯାଞ୍ଚ । କର୍ମଚାରୀଙ୍କ ନାଁରେ ଋଣ ମାମଲାରେ ଆଜି ଖବରକାଗଜ ଅଫିସରେ ଯାଞ୍ଚ ହୋଇଛି । ଏସମ୍ପର୍କିତ ପ୍ରେସ ରିଲିଜ ଜାରି କରିଛି EOW । ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ । ବର୍ତ୍ତମାନ ସୁଦ୍ଧା କିଛି ପ୍ରମୁଖ ସାକ୍ଷୀଙ୍କୁ ପଚରାଉଚରା ହୋଇଛି ।

ଗତ ୧୬ ତାରିଖରେ ଏନେଇ ଜଣେ ପୂର୍ବତନ କର୍ମଚାରୀ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ସମ୍ବାଦ ତଥା ଇଣ୍ଟର୍ଣ୍ଣ ମିଡିଆ ଲିମିଟେଡର ପ୍ରାୟ ୩୦୦ କର୍ମଚାରୀଙ୍କ ନାଁରେ ଜାଲ କାଗଜପତ୍ର କରି ଜୋର ଜବରଦସ୍ତ ପ୍ରାୟ ୫୦ କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ସମ୍ବାଦର ୧୫ରୁ ୨୦ ଜଣ ପୂର୍ବତନ କର୍ମଚାରୀ ଆଗକୁ ଆସିଲେଣି । ସମ୍ବାଦ ଖବରକାଗଜ ନାଁରେ ବ୍ୟାଙ୍କ ଋଣ ନେଇ ଠକେଇ, ଜାଲିଆତି ଓ ଅପରାଧିକ ଷଡଯନ୍ତ୍ର ଅଭିଯୋଗ କରିଥିଲେ ପୂର୍ବତନ କର୍ମଚାରୀ ।

ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଏକାଧିକ ସମ୍ବାଦ କର୍ମଚାରୀଙ୍କୁ ବଳ ପୂର୍ବକ ବ୍ୟକ୍ତିଗତ ଋଣ ନେବା ପାଇଁ ବାଧ୍ୟ କରାଯାଇଛି। କୋଟି କୋଟି ଟଙ୍କାରେ କର୍ମଚାରୀ ନାମରେ ସଂସ୍ଥା ଋଣ ଉଠାଇଛି। ଯାହାକି ସଂପୂର୍ଣ୍ଣ ଭାବେ ବେଆଇନ ଓ କମ୍ପାନୀ ର କର୍ମଚାରୀ ଙ୍କ ଅଗୋଚର ରେ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବାଦର ପୂର୍ବତନ କର୍ମଚାରୀ। ସେ ପୁଣି ଅଭିଯୋଗ କରିଛନ୍ତି ଯେ ୩୦୦ କର୍ମଚାରୀଙ୍କୁ ଠକେଇ କରିଛନ୍ତି । ଯାହାକି ୫୦ କୋଟିରୁ ଉର୍ଦ୍ଧ ଟଙ୍କା ହେବ। ଏହି ଚଢାଉ ସମୟରେ ଅନେକ ସାକ୍ଷୀ ମାନଙ୍କୁ ପଚରା ଉଚରା କରାଯାଇଛି। ୧୫ ରୁ ୨୦ ପୂର୍ବତନ କର୍ମଚାରୀଙ୍କ କାଗଜପତ୍ର ଜବତ କରାଯାଇଛି।

EOW ସ୍ବଚ୍ଛ ଓ ନିରପେକ୍ଷ ଭାବରେ ତଦନ୍ତ କରୁଛି । ଏହି ମାମଲାରେ ପୂର୍ବରୁ ସମ୍ବାଦର ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କୁ ହାଜର ହେବାକୁ ନୋଟିସ୍ ହୋଇଥିଲା । ଗତକାଲି EOW ରେ ହାଜର ହୋଇଥିଲେ ସମ୍ବାଦର ସିଇଓ କମଳାକାନ୍ତ ମହାପାତ୍ର । ସମ୍ବାଦ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇପିସିର ଧାରା ୫୦୬, ୪୬୭, ୪୬୮, ୪୭୧, ୪୨୦ ଓ ୧୨୦-Bରେ ମାମଲା ରୁଜୁ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ EOW ।

 

Barsha

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 min ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

11 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

22 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

51 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago