ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ, ହୃଦଘାତରେ ମୃତ୍ୟୁ

ମୟୂରଭଞ୍ଜ: ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦରୋଗ ଜନିତ ଚିକିତ୍ସା ଚାଲିଥିବା ଅବସ୍ଥାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ବାରିପଦାର ମଧୂବନ ସ୍ଥିତ ବାସଭବନରେ ଗାଧୁଆ ଘରେ ପଡିଯିଵା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ତେବେ କରୋନା କାଳରେ ଆଦିବାସୀ ମାନଙ୍କର ପ୍ରିୟ ଖାଦ୍ୟ କାଇ ଚଟଣୀରେ ଔଷଧୀୟ ଗୁଣବତ୍ତାକୁ ଉପସ୍ଥାପନ କରି ଭାରତ ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିପାରିଥିଲା । ବାରିପଦା ପୂର୍ତ୍ତ ବିଭାଗରେ ସେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ ମଧ୍ୟ ସେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହ ଜଡ଼ିତ ହୋଇ ଅନେକ ଉତ୍ସର୍ଗୀକୃତ ସେବା ପ୍ରଦାନ କରୁଥିଲେ । ସେ ଜଣେ ମେଳାପୀ ସ୍ବଭାବର ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ମୟୂରଭଞ୍ଜବାସୀଙ୍କୁ ଗଭୀର ଦୁଃଖ ଦେଇଛି ।
ଆହୁରି ପଢନ୍ତୁ: ଉଜ୍ଜଳପୁର ଜଙ୍ଗଲରେ ହାତୀକୁ ବୋମାମାଡ଼, ଶୁଣ୍ଢରେ ଲାଗିଛି ଗଭୀର କ୍ଷତ