ଓପିଏସସି ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ଗ୍ରେସ ମାର୍କ ଦାବିକଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ OPSC ପରିଚାଳିତ SDIPRO ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଦେଖାଯାଇଛି । ଅଭିଯୋଗ ହୋଇଛି ଯେ ସାମ୍ବାଦିକତା ଓ ଗଣଯୋଗାଯୋଗ ପତ୍ରରେ ପ୍ରଶ୍ନରେ ତ୍ରୁଟି ରହିଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ୯୪ ନମ୍ବର ପାଇଁ ପ୍ରଶ୍ନ ପଚରାଯାଇଥିଲା, କିନ୍ତୁ ଏହା ୧୦୦ ନମ୍ବର ହେବା ଉଚିତ।
ତେବେ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ ୧୦୦ ମାର୍କ ପ୍ରଶ୍ନ ବଦଳରେ କେବଳ ୯୪ ମାର୍କର ପ୍ରଶ୍ନ ପଚରାଯାଇଥିଲା । ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ଏହା ପୂର୍ଣ୍ଣ ସଂଖ୍ୟା ଅପେକ୍ଷା ୬ ମାର୍କ କମ୍ ରହିଥିଲା । ତେଣୁ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ତ୍ରୁଟି ପାଇଁ ୬ ଗ୍ରେସ୍ ମାର୍କ ମାଗିଛନ୍ତି ।
ଓଡ଼ିଶା ଲୋକସେବା ଆୟୋଗ (OPSC) ଓଡ଼ିଶା ସୂଚନା ସେବା (OIS-II) କ୍ୟାଡର ପାଇଁ ଉପ-ବିଭାଗୀୟ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ (SDIPRO) ପରୀକ୍ଷା ପରିଚାଳନା କରିଥିଲା, ଯାହାର ଲିଖିତ ପରୀକ୍ଷା ୨୯ ଏବଂ ୩୦ ମାର୍ଚ୍ଚ, ୨୦୨୫ ରେ ଅନୁଷ୍ଠିତ ହୋଇଥିଲା ।
Also read: ପରୀକ୍ଷା ପ୍ରଶ୍ନପତ୍ରରେ ସାଙ୍ଘାତିକ ତ୍ରୁଟି, ପଢିଲେ ଗୋଟିଏ, ପ୍ରଶ୍ନ ଆସିଲା ଗୋଟିଏ