୨୪ଘଣ୍ଟା ପରେ ବି କୋରାପୁଟ ଜର୍ଟି ଷ୍ଟେସନରେ ସ୍ୱାଭାବିକ ହୋଇନି ରେଳ ଚଳାଚଳ, ୧୩ଟିରୁ ଉଦ୍ଧାର ହୋଇଛି ମାତ୍ର ୨ଟି ବଗି

କୋରାପୁଟ : ୨୪ଘଣ୍ଟା ପରେ ବି କୋରାପୁଟ ଜର୍ଟି ଷ୍ଟେସନରେ ସ୍ୱାଭାବିକ ହୋଇନି ରେଳ ଚଳାଚଳ। କୋରାପୁଟ-ଜଗଦଲପୁର-କିରଣ୍ଡଲୁକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଲାଇନଚ୍ୟୁତ ହୋଇପଡିଥିବା ୧୩ଟି ବଗିରୁ ୨ଟି ବଗି ଉଦ୍ଧାର କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ଟ୍ରାକରେ ଆହୁରି ୧୧ଟି ବଗି ପଡିରହିଛି। ରେଳ ଚଲାଚଳ ଶୀଘ୍ର ସ୍ୱାଭାବିକ କରିବାକୁ ଚେଷ୍ଟା ଚାଲିଛି। ଗତ ୨୮ ତାରିଖ ରାତିରେ ଏକ ମାଲବାହୀ ଟ୍ରେନ୍‌ କିରଣ୍ଡୁଲରୁ ବିଶାଖାପାଟଣା ଯାଉଥିଲାବେଳେ ଲାଇନ୍‌ଚ୍ୟୁତ ହୋଇଥିଲା। ପ୍ରବଳ ଥଣ୍ଡା ଯୋଗୁଁ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.