କୋଟିଆରେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ: ୧୪୪ ଧାରା ସତ୍ତ୍ୱେ ଭୋଟ୍‌ ଦେବାକୁ ଗଲେ ଲୋକେ

କୋରାପୁଟ: କୋଟିଆରେ ଆନ୍ଧ୍ରର ଦାଦାଗିରି । ସୀମାରେ ଉତ୍ତେଜନା । କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର । ୧୪୪ ଧାରା ସତ୍ତ୍ୱେ ଭୋଟ୍‌ ଦେବାକୁ ଗଲେ ଗାଁ ଲୋକେ । ପୋଲିସ ସେମାନଙ୍କୁ ଅଟକାଇଥିଲା । ଭୋଟ୍‌ ଦେବାକୁ ନଯିବା ପାଇଁ କହିଥିଲେ । ହେଲେ କୋଟିଆବାସୀ ପୋଲିସକୁ ନମାନି ଭୋଟ୍‌ ଦେବାକୁ ଯାଇଥିଲେ । ପୋଲିସ ସହ ଗ୍ରାମବାସୀଙ୍କ ଧସ୍ତାଧସ୍ତି ହୋଇଥିଲା । ସୀମାନ୍ତରେ ଡେରା ପକାଇଥିବା ଓଡ଼ିଶାର ତିନି ଦଳ ନେତା ଗାଁଲୋକଙ୍କୁ ଭୋଟ୍‌ କେନ୍ଦ୍ର ନଯିବା ପାଇଁ ବୁଝାଇଥିଲେ ।

ଏହି ସମୟରେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀରେ ଭୋଟରଙ୍କୁ ନେଇ ଜିଲ୍ଲାପରିଷଦ ନିର୍ବାଚନରେ ସାମିଲ କରିଛି । ଏହାକୁ ବିରୋଧ କରି ଜିଲ୍ଲାର ବିଜେଡି, ବିଜେପି, କଂଗ୍ରେସ ବିଧାୟକ ଓ ଅନ୍ୟ ବରିଷ୍ଠ ନେତା ଫାଟୁସିନେରୀ ନିକଟ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଧାରଣାରେ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.