ପୁରୀରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ଆଜି ଦ୍ୱିତୀୟ ଦିନ: ଭଙ୍ଗା ଚାଲିଛି ସିଂହଦ୍ୱାର ପୋଲିସ ଫାଣ୍ଡି, ସୂଚନା କେନ୍ଦ୍ର ଓ ଜୋତା ଷ୍ଟାଣ୍ଡ

ପୁରୀ(କେନ୍ୟୁଜ୍): ପୁରୀରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ଆଜି ଦ୍ୱିତୀୟ ଦିନ । ଭଙ୍ଗା ଯାଉଛି ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପାଖ ନିର୍ମାଣ। ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ପଟକୁ ଥିବା ସମସ୍ତ ନିର୍ମାଣକୁ ଭାଙ୍ଗି ଦିଆଯାଇଛି। ୨ୟ ଦିନରେ ସିଂହଦ୍ୱାର ପୋଲିସ ଫାଣ୍ଡି, ସୂଚନା କେନ୍ଦ୍ର, ଜୋତା ଷ୍ଟାଣ୍ଡ ଭଙ୍ଗାଯାଉଥିବା ବେଳେ ଦକ୍ଷିଣ ଦ୍ୱାରରେ ଥିବା ସୌଚାଳୟ, କ୍ଲକ ରୁମ୍‌ ଓ ମହାବୀର ମନ୍ଦିରର କିଛି ଭାଙ୍ଗି ଭାଙ୍ଗିଦିଆଯାଇଛି। ସେହିପରି ସୂଚନାକେନ୍ଦ୍ର ଉପରେ ଥିବା ଗୋପବନ୍ଧୁଙ୍କ ପ୍ରତ୍ତିମୂର୍ତ୍ତିକୁ ମଧ୍ୟ ଆଜି ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। କଡା ସୁରକ୍ଷା ବଳୟରେ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଛେଦ ଅଭିଯାନ ଚାଲିଛି। ଗତକାଲି ପ୍ରଥମ ଦିନକରେ ମାଟିରେ ମିଶିଥିଲା ବହୁ ବେଆଇନ୍‌ ନିର୍ମାଣ, କୋଠା ଓ ସରକାରୀ ଅଫିସ ।