ଆଜିଠୁ କଟକରେ ଜୋରଦାର ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ, ଜାଣନ୍ତୁ କାହାକୁ ମିଳିବ କେତେ ପ୍ୟାକେଜ୍

କଟକ(କେନ୍ୟୁଜ୍): ଆଜିଠୁ କଟକରେ ପୁଣି ଉଚ୍ଛେଦ ଆରମ୍ଭ । ଜୋରଦାର କରାଯାଇଛି କଟକ ବଡ଼ ମେଡିକାଲ୍ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ ଓ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା। ଯୋବ୍ରା ତାଳଦଣ୍ଡା ସଂଲଗ୍ନ ସେସୁ ଅଫିସଠାରୁ ଏସସିବି ଗେଟ୍ ମଧ୍ୟରେ ଆସୁଥିବା ମନ୍ଦିର ଓ ଘର ଉଚ୍ଛେଦ କରାଯିବ । ଏହାପୂର୍ବରୁ ବିସ୍ଥାପିତ ଅଞ୍ଚଳରେ ସଚେତନ କରାଇଛି ପ୍ରଶାସନ । ଗତକାଲି ନିଜ ଇଚ୍ଛାରେ ଘର, ଦୋକାନ ଖାଲି କରୁଛନ୍ତି ଲୋକେ । ଭଙ୍ଗା ହେବାକୁ ଥିବା ଧର୍ମାନୁଷ୍ଠାନରୁ ମୂର୍ତ୍ତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

police evictionସରକାରଙ୍କ ଉଦ୍ୟମରେ ସହଯୋଗ କରିଛନ୍ତି ସ୍ଥାନୀୟ ଲୋକ । ସେପଟେ ସ୍ୱତଃପ୍ରବୃତ ଭାବେ ସ୍ଥାନ ଛାଡିଥିବା ଲୋକଙ୍କୁ ସଙ୍ଗେସଙ୍ଗେ କ୍ଷତିପୂରଣ ଦିଆଯିବ ବୋଲି କହିଛି ପ୍ରଶାସନ । ସ୍ଥାୟୀ ଦୋକାନୀଙ୍କୁ ମିଳିବ ୧ ଲକ୍ଷ ଟଙ୍କା ସହାୟତା ରାଶି । ସେହିଭଳି ଅସ୍ଥାୟୀ ଦୋକାନୀଙ୍କୁ ୩୦ ହଜାର ଟଙ୍କା, ରାସ୍ତାକଡ଼ ଦୋକାନୀଙ୍କୁ ୨୦ ହଜାର ଟଙ୍କା, ମନ୍ଦିରଗୁଡିକୁ ୧ଲକ୍ଷ ଓ ଗୁହାଳ ପାଇଁ ମିଳିବ ୨୦ ହଜାର ଟଙ୍କା କ୍ଷତିପୂରଣ ରାଶି । ଉଚ୍ଛେଦ ସ୍ଥାନରେ ରହିଛି ୪୫୪ଟି ଆବାସିକ ଗୃହ,୮୮ ଦୋକାନ ଓ ୧୭ଟି ଧର୍ମାନୁଷ୍ଠାନ ।

Leave A Reply

Your email address will not be published.