ସ୍ମାର୍ଟ ଜନପଥ ପ୍ରୋଜେକ୍ଟ ପାଇଁ ଉଚ୍ଛେଦ: ଭଙ୍ଗାଗଲା ରାମମନ୍ଦିର ଛକ ପାଖରେ ଥିବା ଭେଣ୍ଡିଂ ଜୋନ୍‌ର ୭୨ଟି ଦୋକାନ

ଭୁବନେଶ୍ବର(କେନ୍ଯୁଜ୍): ସ୍ମାର୍ଟ ଜନପଥ ପ୍ରୋଜେକ୍ଟ ପାଇଁ ଉଚ୍ଛେଦ। ରାମମନ୍ଦିର ଛକ ପାଖରେ ଥିବା ଭେଣ୍ଡିଂ ଜୋନ୍‌ର ୭୨ଟି ଦୋକାନକୁ ଉଛେଦ କରାଯାଇଛି। ବିଡିଏ, ବିଏମ୍‌ସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା।

ଶିଶୁଭବନ ଠାରୁ ବାଣୀବିହାର ଯାଏଁ ୬ କିଲୋମିଟର ରାସ୍ତାର ସୌନ୍ଦର୍ଯ୍ୟକରଣରେ ଏହି ଯାଗା ଆସୁଥିବାରୁ ଏହାକୁ ଉଚ୍ଛେଦ କରାଗଲା। ସେପଟେ ଉଚ୍ଛେଦକୁ ବିରୋଧ କରି ଦୋକାନୀମାନେ ରାସ୍ତା ଉପରେ ଧାରଣାରେ ବସିଥିଲେ।

ଅନ୍ୟପଟେ ବିଏମ୍‌ସି ଅଧିକାରୀ କହିଛନ୍ତି ଦୋକାନୀମାନଙ୍କୁ ଅନ୍ୟତ୍ର ଦୋକାନ ପାଇଁ ଯାଗା ଦିଆଯାଇଥିଲେ ବି ସେମାନେ ସେଠାକୁ ଯାଉନଥିଲେ। ଫଳରେ ଦୋକାନ ସବୁକୁ ଭାଙ୍ଗିଦିଆଯାଇଛି।