ପୁରୀ: ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ପାଇଁ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ

ପୁରୀ: ପୁଣି ପୁରୀରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଷ୍ଟାଡିୟମକୁ ଲାଗି ରହିଥିବା ୧୫ଟି ଦୋକାନୁ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଉଭୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲୁରହିଛି ।

କହିରଖିବା ଉଚିତ ହେବକି, ଗତ ୧୭ ତାରିଖ ଅର୍ଥାତ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଅବଢ଼ା ଯୋଜନାର ସମୀକ୍ଷା କରିଥିଲେ । ଏହା ସହ ଆସନ୍ତା ତିନି ମାସ ମଧ୍ୟରେ ଜମି ଅଧିଗ୍ରହଣ କାମ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ନେଇ କହିଛନ୍ତି ।

Leave A Reply

Your email address will not be published.