୨ୟ ପର୍ଯ୍ୟାୟ ନିର୍ବାଚନ: ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ରାଜ୍ୟରେ ୨ୟ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ । ହେଲେ ଭୋଟିଂ ଆରମ୍ଭ ପୂର୍ବରୁ ବିଭିନ୍ନ ସ୍ଥାନରେ ଇଭିଏମ୍ ତ୍ରୁଟି ଥିବା ଦେଖାଯାଇଛି । ସୁନ୍ଦରଗଡ଼ ମୁନସିପାଲଟିର ୨୦୩,୨୦୬,୨୧୧ ସମେତ ବହୁ ବୁଥର ଇଭିଏମ ତ୍ରୁଟି ଦେଖା ଯାଇଛି । ସକାଳ ୮ ଟା ଯାଏ ମତଦାନ ଆରମ୍ଭ ହୋଇପାରିନି। ଭୋଟର ସାଢେ ୬ରୁ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି ଲୋକେ ।

ସୁନ୍ଦରଗଡ଼ (କେନ୍ୟୁଜ): ରାଜ୍ୟରେ ୨ୟ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ । ହେଲେ ଭୋଟିଂ ଆରମ୍ଭ ପୂର୍ବରୁ ବିଭିନ୍ନ ସ୍ଥାନରେ ଇଭିଏମ୍ ତ୍ରୁଟି ଥିବା ଦେଖାଯାଇଛି। ଭୋଟର ମାନେ ସକାଳୁ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିଲେ ବି କେଉଁଠି ଅଧଘଣ୍ଟା ତ ଆଉ କେଉଁଠି ଘଣ୍ଟା ଘଣ୍ଟା ଧରି ମତଦାନ ବିଳମ୍ବିତ ହୋଇଥିଲା । ପରିଚାଳନାରେ ଏପରି ଅବ୍ୟବସ୍ଥା ଯୋଗୁ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ସୁନ୍ଦରଗଡ଼ ମୁନସିପାଲଟିର ୨୦୩,୨୦୬,୨୧୧ ସମେତ ବହୁ ବୁଥର ଇଭିଏମ ତ୍ରୁଟି ଦେଖା ଯାଇଛି । ସକାଳ ୮ ଟା ଯାଏ ମତଦାନ ଆରମ୍ଭ ହୋଇପାରିନି। ଭୋଟର ସାଢେ ୬ରୁ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି ଲୋକେ ।

ସେହିପରି ବରଗଡ଼ ଜିଲ୍ଲାର ଗୋଟିଏ ବୁଥରେ ଦେଖିବାକୁ ମିଳିଛି ଇଭିଏମ ତ୍ରୁଟି । ହାଟପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ୯୨ନଂ ବୁଥରେ ଏହି ତ୍ରୁଟି ପରିଲକ୍ଷିତ ହୋଇଛି । ବିନିକା ସିଲାଟି ୬୪ନଂ ବୁଥରେ ମଧ୍ୟ ଇଭିଏମରେ ତ୍ରୁଟି ଦେଖାଦେଇଛି । ଭଞ୍ଜନଗର ଯୋଗୀମାରୀ ୧୦୬ନଂ ବୁଥରେ ବି ଇଭିଏମ ତ୍ରୁଟି ଦେଖିବାକୁ ମିଳିଛି । ସୋନପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀ ମେ ଣ୍ଡା ଗାଁ ୨୩୭ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି । ତେବେ ଏହି ଇଭିଏମରେ ତ୍ରୁଟି ଯୋଗୁଁ ମତଦାନ ହୋଇପାରିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.