ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ, କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ

କଡ଼ା ସୁରକ୍ଷା ବଳୟରେ ଇଭିଏମ । ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପରେ ଷ୍ଟ୍ରଙ୍ଗରୁମକୁ ଯାଇଛି ଇଭିଏମ ଓ ଭିଭିପାଟ ମେସିନ ।

ଭୁବନେଶ୍ୱର : କଡ଼ା ସୁରକ୍ଷା ବଳୟରେ ଇଭିଏମ । ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପରେ ଷ୍ଟ୍ରଙ୍ଗରୁମକୁ ଯାଇଛି ଇଭିଏମ ଓ ଭିଭିପାଟ ମେସିନ । EVMରେ ସିଲ୍ ହୋଇ ରହିଛି ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟିଂ ହାର କମିଛି ।

ପ୍ରଥମ ପର୍ଯ୍ୟାୟରେ ୭୫.୬୦ ପ୍ରତିଶତ ମତଦାନ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ ହୋଇଛି । ସୋନପୁରରେ ସର୍ବାଧିକ ୮୧.୨୩% ଓ ଆସ୍କାରେ ସର୍ବନିମ୍ନ ୫୮.୯୯% ମତଦାନ ହୋଇଛି । ଅତାବିରାରେ ୭୪%, ବାଲିଗୁଡ଼ାରେ ୬୮.୫୪% , ବରଗଡ଼ରେ ୭୪.୨୦% ଓ ଭଞ୍ଜନଗରରେ ୬୬.୧୨ ମତଦାନ ହୋଇଛି ।

ଭଟଲୀ-ରେ ୭୯.୨୩% , ବିଜେପୁରରେ ୭୭.୨୦% , ବୀରମିତ୍ରପୁରରେ ୭୫.୫୦%, ବୀରମହାରାଜପୁରରେ ୭୮.୩୭%ଭୋଟିଂ ହୋଇଛି । ବଲାଙ୍ଗିରରେ ୬୫.୮୫%, ବଣାଇରେ ୭୩.୨୫%, ବୌଦ୍ଧରେ ୭୫.୧୨% ଓ ବ୍ରଜରାଜନଗର ୭୫.୦୨% ପ୍ରତିଶତ ହୋଇଛି । କଣ୍ଟାମାଳରେ ୭୫.୩୦%, ଖଲ୍ଲିକୋଟରେ ୬୧.୫୧%, ଲୋଇସିଂହାରେ ୭୨.୧୦%, ପଦ୍ମପୁରରେ ୭୫.୧୨% ପାଟଣାଗଡ଼ରେ ୬୮.୨୪% ଏବଂ ଫୁଲବାଣୀରେ ୭୦.୭୯ ପ୍ରତିଶତ ମତଦାନ ହୋଇଛି ।

You might also like