BMCର ପୂର୍ବତନ ମ୍ୟୁନିସିପାଲ ଇଞ୍ଜିନିୟରଙ୍କ ସମ୍ପତ୍ତି ବାଜ୍ୟାପ୍ତ, ଭିଜିଲାନ୍ସଙ୍କ କୋର୍ଟ ନିର୍ଦ୍ଦେଶ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ-BMCର ପୂର୍ବତନ ମ୍ୟୁନିସିପାଲ ଇଞ୍ଜିନିୟର ସୁବାସ ମିଶ୍ରଙ୍କ ସମ୍ପତ୍ତି ବାଜ୍ୟାପ୍ତ । ୫କୋଟି ୮୬ ଲକ୍ଷ ୨୩ ହଜାର ଟଙ୍କାର ସଂପତ୍ତିକୁ ବାଜ୍ୟାପ୍ତ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁବାସଙ୍କର ଭୁବନେଶ୍ବରରେ ଦୁଇଟି ୨ ମହଲା କୋଠା, ଗୋଟିଏ ଏକ ମହଲା ବିଲଡିଂ ଓ ୩ଟି ପ୍ଲଟ ରହିଛି ।  ତାଙ୍କ ଘରୁ ଭିଜିଲାନସ ରେଡ ବେଳେ ଅଢ଼େଇ କେଜି ସୁନା ଜବତ ହୋଇଥିଲା । ସୁବାସ ଚନ୍ଦ୍ର ମିଶ୍ର ତାଙ୍କ ଆୟଠୁ ବହୁ ଅଧିକ ସଂପତ୍ତି କମାଇଥିଲେ । ଏନେଇ ଓଡ଼ିଶା ଭିଜିଲାନସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ତାଙ୍କର ସଂପତ୍ତି ଜବତ ହୋଇଥିଲା । ତେବେ ଏହି ସଂପତ୍ତିକୁ ବାଜ୍ୟାପ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ରାଜ୍ୟରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ମଧ୍ୟରୁ ୭୦ ପ୍ରତିଶତରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି । ଯାହା ଦେଶର ଅନ୍ୟ ରାଜ୍ୟ ଠାରୁ ଅତି ଭଲ । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଆଗରେ ରହିଛି ଓଡ଼ିଶା ଭିଜିଲାନ୍ସ । ଓଡ଼ିଶା ଭିଜିଲାନ୍ସ ଲାଞ୍ଚୁଆ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛି । ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । ସମ୍ପତ୍ତି ବାଜ୍ୟାପ୍ତିର ତ୍ବରିତ ଶୁଣାଣି ପାଇଁ ଭୁବନେଶ୍ବର ଓ କଟକରେ ଦୁଇଟି ସ୍ବତନ୍ତ୍ର କୋର୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like