ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲା: ୫ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍‌ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଜଣେ ଫେରାର ଅଛି । ସମସ୍ତେ ରାଜଧାନୀର ବିଭିନ୍ନ ବସ୍ତିର ରହୁଥିଲେ । ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିଛି ପୋଲିସ । ଏନେଇ ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ACP ମାନସ ଗଡ଼ନାୟକ । ୩ ଯୁବକ ଚୋରି କରିଥିଲେ, ୨ ଜଣ ଚୋରି ସାମଗ୍ରୀ ପାଖରେ ରଖିଥିଲେ ।

ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ୨୦ ତାରିଖ ରାତିରେ କେହି ନଥିବା ବେଳେ ପ୍ରବୋଧଙ୍କ ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ବାସଭବନରୁ ଚୋରି ହୋଇଥିଲା । କିଛି ଦୁର୍ବୃତ୍ତ ଘରେ ପଶି ଚୋରି କରିଥିଲେ । ପ୍ରବୋଧଙ୍କ ମେଡାଲ୍‌ ସମେତ କିଛି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.