ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ, ଗତକାଲି ସଡ଼କ ଦୁର୍ଘଟଣାରେ ହରାଇଥିଲେ ପ୍ରାଣ

ଯାଜପୁର (କେନ୍ୟୁଜ): ଯାଜପୁର ଦଶରଥପୁର ବିଜିପୁର ଗାଁରେ ବିଂଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ସଡ଼କ ଦୁର୍ଘଟଣା ରେ ତାଙ୍କର ପରଲୋକ ହୋଇଥିଲା। ସେ ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ। ଅର୍ଜୁନ ବାଇକରେ ଭୁବନେଶ୍ୱର ଯାଉଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ବ୍ରିଜ ଉପରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ।

ଯାଜପୁର ସଦର ପୁଲିସ ବାଲିବୋଝେଇ ହାଇୱାକୁ ଜବତ କରିଥିବା ସହ ଅଭିଯୁକ୍ତ ଚାଳକ ମଧ୍ୟ ଗିରଫ କରିଛି। ର୍ସ୍ବଗତ ଅର୍ଜୁନ ଚରଣ ଦାସ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସ ଦଳରୁ ବିଧାୟକ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ,ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ,ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର , ଯାଜପୁର ବିଧାୟକଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ,ପୁର୍ବତନ ବିଂଝାରପୁର ବ୍ଳକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ସ୍ବର୍ଗତ ଦାସଙ୍କ ଜନ୍ମ ମାଟିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

Leave A Reply

Your email address will not be published.