ଉଦ୍ଧାର ହେଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ

ଭୁବନେଶ୍ୱର (କେନ୍ୟୁଜ): ଉଦ୍ଧାର ହେଲେ ସରୋଜ ପାଢ଼ୀ । ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର । ସରୋଜ ପାଢ଼ୀଙ୍କୁ ଉଦ୍ଧାର କଲା କ୍ୟାପିଟାଲ ଥାନା ପୋଲିସ । ତାମିଲନାଡୁର ରାମେଶ୍ୱରମରେ ସରୋଜଙ୍କୁ ଠାବ କରିବା ପରେ ଆଜି ତାଙ୍କୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ସରୋଜ ତାମିଲନାଡୁକୁ ବୁଲି ଯାଇଥିବା ବେଳେ ସେଠାରେ ତାଙ୍କର ମୋବାଇଲ ହଜି ଯାଇଥିଲା । ଯାହାଫଳରେ ଘର ସହ ଯୋଗାଯୋଗ କରିପାରିନଥିଲେ ସରୋଜ । ଯେଉଁଥିପାଇଁ ଥାନାରେ ପୂର୍ବତନ ବିଧାୟକ ନିଖୋଜ ଥିବା ନେଇ ମେ’ ୧୩ରେ ଥାନାରେ ଏତଲା ଦେଇଥିଲେ ପୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.