ମାଟ୍ରିକ ଅଫଲାଇନ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ, ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର

କଟକ(କେନ୍ୟୁଜ୍‌): ମାଟ୍ରିକ ଅଫ୍‌ଲାଇନ ପରୀକ୍ଷାରେ ଘଟିଛି ବିଭ୍ରାଟ ।କଟକ ବୋର୍ଡ ହାଇସ୍କୁଲରେ ମାଟ୍ରିକ ଅଫଲାଇନ ପରୀକ୍ଷା ଚାଲିଥିବା ବେଳେ ଆଜି ଥିଲା ବିଜ୍ଞାନ ପେପର ପରୀକ୍ଷା । ଆଜି ଗୋଟିଏ ହଲରେ ଥିବା ୨୦ ଜଣ ରେଗୁଲାର୍ ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର୍ ପ୍ରଶ୍ନ ଦିଆଯାଇଥିଲା ।

STUDENT

ଏଭଳି ପ୍ରଶ୍ନପତ୍ର ଦେଖି ଦ୍ୱନ୍ଦ୍ୱରେ ପଡ଼ିଥିଲେ ଛାତ୍ରଛାତ୍ରୀ । ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଏସମ୍ପର୍କରେ ଜାଣିବା ପରେ ତୁରନ୍ତ ପ୍ରଶ୍ନପତ୍ର ଫେରାଇ ନେବା ସହ ରେଗୁଲାର୍ ପ୍ରଶ୍ନପତ୍ର ପୁଣି ଦିଆଯାଇଥିଲା ।

ପରୀକ୍ଷାର୍ଥୀଙ୍କୁ ଉତ୍ତର ଲେଖିବା ପାଇଁ ଦିଆଯାଇଥିଲା ଅଧିକ ସମୟ । ତେବେ ଏସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.