କେନ୍ଦୁଝର: ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଲୁଟିନେଲେ ଭତ୍ତା ଟଙ୍କା, ଦୁଇ ପିଇଓ ଓ ପୂର୍ବତନ ସରପଞ୍ଚଙ୍କୁ ୩ବର୍ଷ ଜେଲଦଣ୍ଡ

କେନ୍ଦୁଝର (କେନ୍ୟୁଜ୍): ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଓ ଜାଲ୍ ନାଁରେ ୩ ଲକ୍ଷ ୬୮ ହଜାର ୯ ଶହ ଭତ୍ତା ଟଙ୍କା ହଡ଼ପ ମାମଲାରେ ୨ ଜଣ ପୂର୍ବତନ ପିଇଓ ଓ ପୂର୍ବତନ ସରପଞ୍ଚଙ୍କୁ ଜେଲ ଦଣ୍ଡ।  ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୩ବର୍ଷ କାରାଦଣ୍ଡାଦେଶ ଓ ୩୫ ହଜାର ଟଙ୍କା ଜୋରିମାନା ପଡିଛି ।

ଜରିମାନା ଅନାଦେୟ ହେଲେ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି CJM କୋର୍ଟ । ୨୦୧୫ ମସିହାରେ ହରିଚନ୍ଦନପୁର ବ୍ଳକ ଭଅଁରପୁର ପଞ୍ଚାୟରେ ଘଟିଥିଲା ଏହି ଘଟଣା । ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ଅଶୋକ ଦାସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.