ଅତିରଞ୍ଜିତରୁ ଅସନ୍ତୋଷ, କିଟ ଘଟଣାକୁ ଅଧିକ କରି ପ୍ରସାରଣ କରାଯାଉଥିବାରୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‍ ମାନଙ୍କ ନିନ୍ଦା

ଭୁବନେଶ୍ୱର : ଅତିରଞ୍ଜିତରୁ ଅସନ୍ତୋଷ । କିଟରେ ଘଟିଯାଇଥିବା ଏକ ଅଭାବନୀୟ ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ । ଏହି ଘଟଣାରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସ୍ୱାଭାବିକ । ବର୍ତ୍ତମାନ ଏହି ଘଟଣାରେ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‍ମାନେ ମତ ପୋଷଣ କରିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ କିଟ୍‍ କର୍ତ୍ତୃପକ୍ଷ ମଧ୍ୟ ନିଜର ତ୍ରୁଟି ସ୍ୱୀକାର କରିବା ସହ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିସାରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ପରିସ୍ଥିତି ଶାନ୍ତ ଆଡ଼କୁ ଗତି କରୁଥିବା ବେଳେ ଏହାକୁ ବିଭିନ୍ନ ଗଣମାଧ୍ୟମ ଓ ସଂଗଠନ ଏହାକୁ ଅତିରଞ୍ଜିତ କରି କ୍ରମାଗତ ଭାବେ ସମ୍ବାଦ ପରିବେଷଣ କରୁଥିବାରୁ ଛାତ୍ରଛାତ୍ରୀ, ଶିକ୍ଷାବିତ୍‍, ବୁଦ୍ଧିଜୀବୀ ଓ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ କିଟ୍‍ ଓ କିସରେ ପଢୁଥିବା ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆତଙ୍କିତ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି ।  ସେହିପରି ଏହି ଘଟଣାରେ ଦେଶର ଏକ ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନ ଓ ଏହାର ପ୍ରତିଷ୍ଠାତାଙ୍କୁ ବଦନାମ କରାଯିବା ଠିକ୍‍ ନୁହେଁ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‍ମାନେ ମତ ପୋଷଣ କରିଛନ୍ତି ।

 

ଆହୁରି ପଢନ୍ତୁ : ଅସଲି ଓମଫେଡ ଡବା ଭିତରେ ନକଲି ଘିଅ, ପୋଲିସ ପକ୍ଷରୁ ଚଢ଼ାଉ