ଓଡ଼ିଶା-ଛତିଶଗଡ଼ ସୀମାରେ ବଡ଼ ଧରଣର ଅପରେସନ, ନୂଆପଡ଼ା ସୀମାରୁ ପ୍ରାୟ ସାଢ଼େ ୫ କିମି ଦୂରରେ ଅପରେସନ

ଛତିଶଗଡ କୁଲିଆରୀ ଘାଟ ସଂରକ୍ଷିତ ଜଙ୍ଗଲରେ ବଡ଼ ଧରଣର ନକ୍ସଲ ଅପରେସନ୍। ସାମିଲ ଅଛନ୍ତି ଓଡ଼ିଶାର SOG, ଛତିଶଗଡ଼ର ସ୍ଵତନ୍ତ୍ର ପୋଲିସ ଓ ସିଆରପିଏଫ ଯବାନ। ନୂଆପଡ଼ା ସୀମାରୁ ପ୍ରାୟ ସାଢ଼େ ୫ କିଲୋମିଟର ଦୂରରେ ରହିଛି କୁଲିଆରୀ ସଂରକ୍ଷିତ ଜଙ୍ଗଲ ।
ଗରିଆ ବନ୍ଧ ଜିଲ୍ଲା ମେଇନପୁରି ପୋଲିସ ଷ୍ଟେସନ ଅଞ୍ଚଳରେ ରହିଛି ଏହି ସଂରକ୍ଷିତ ଜଙ୍ଗଲ । ଅପରେସନ ବେଳେ ଆଜି ସକାଳ ୮.୩୦ରେ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏବେ ବି ଅପରେସନ ଜାରି ରହିଛି ।
ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆପିଏଫ ଯବାନଙ୍କ ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି। ଏହି ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ମିଳିତ ଅପରେସନ ଆରମ୍ଭ ହୋଇଥିଲା ।
Also read:ପୋଲିସର ଏନକାଉଣ୍ଟରରେ ୧୨ ନକ୍ସଲ ନିପାତ, ସର୍ଚ୍ଚ ଅପରେସନ ଜାରି